Thursday, May 1, 2025
25.8 C
Odisha

ହତ୍ୟାକାରୀ ମହିଳାଙ୍କୁ ବାନ୍ଧିଲା ପୋଲିସ

ଆଗକୁ ପଢନ୍ତୁ

ଗତ ୧ ତାରିଖରେ କନ୍ଧମାଳ ଜିଲ୍ଲା ଦଡ଼କୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା । ଦଡ଼କି PEOଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଛେଦ ରିପୋର୍ଟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ତଦନ୍ତ କରିଥିଲା ପୋଲିସ୍ । ଅଭିଯୁକ୍ତ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ସଂଜିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମହିଳଙ୍କୁ ନିକଟରୁ କିଛି ଟଙ୍କା ମଧ୍ୟ ହଡ଼ପ କରିଥିବା ତଦନ୍ତବେଳେ ଜଣାପଡ଼ିଛି । ଟଙ୍କା ଫେରାଇବା ବଦଳରେ ସେ ମହିଳାଙ୍କୁ ବ୍ଲାକମେଲ କରୁଥିଲା । ୩୦ ତାରିଖ ରାତିରେ ସଂଜିତ ମହିଳାଙ୍କୁ PEOଙ୍କ ବାସଭବନକୁ ଡାକିଥିଲା । ନିଶାର ଚୂର ସଂଜିତ ଶୋଇଥିବାବେଳେ ମହିଳାଜଣକ ତକିଆରେ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
25.8 ° C
25.8 °
25.8 °
60 %
2.4kmh
1 %
Thu
25 °
Fri
40 °
Sat
39 °
Sun
41 °
Mon
41 °

ସମ୍ବନ୍ଧିତ