Tuesday, September 29, 2026
29.2 C
Odisha

    ପତ୍ନୀ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିବା ପରେ ଏପରି ଭାବପ୍ରବଣ ପୋଷ୍ଟ୍‌ କଲେ ଖିଲାଡ଼ି ବୟ ଅକ୍ଷୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ତଥା ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ତାଙ୍କର ସ୍ନାତକୋତ୍ତର ପୂରା କରିଛନ୍ତି। ଟ୍ୱିଙ୍କଲ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ନିଜ ଲେଖାକୁ ନେଇ ଚର୍ଚ୍ଚାରେ ରହୁଥିବ ଟ୍ବିଙ୍କ୍‌ଲ ଏବେ ନିଜର ପାଠପଢ଼ା ପାଇଁ ଲୋକଲୋଚନକୁ ଆସିଛନ୍ତି। ତେବେ ଚର୍ଚ୍ଚାର କାରଣ ହେଉଛି ୫୦ ବର୍ଷ ବୟସରେ ଟ୍ୱିଙ୍କଲ ଖାନ୍ନା ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଛନ୍ତି। ଟ୍ବିଙ୍କିଲ୍‌ଙ୍କର ଏହି ସଫଳତା ନେଇ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ତାଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।

    ଅକ୍ଷୟ କୁମାର ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ଟ୍ୱିଙ୍କଲ୍ ଖାନ୍ନା ସ୍ନାତକୋତ୍ତର କୋଟ୍‌, କ୍ୟାପ୍‌ ପିନ୍ଧିଛନ୍ତି ଏବଂ ସବୁଜ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କୁ କଳା ପ୍ୟାଣ୍ଟ ଏବଂ ଓଭରକୋଟରେ ଦେଖିବାକୁ ମିଳିଛି। ଏହି ଫଟୋ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘‘ ୨ ବର୍ଷ ପୂର୍ବେ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ପୁଣି ଅଧ୍ୟୟନ କରିବାକୁ ଚାହୁଁଛ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଯେଉଁ ଦିନ ମୁଁ ତୁମକୁ ଏତେ ପରିଶ୍ରମ କରୁଥିବାର ଦେଖିଲି, ମୁଁ ଅନୁଭବ କଲି ଯେ ମୁଁ ଏକ ସୁପର ମହିଳାଙ୍କୁ ବିବାହ କରିଛି। ଯିଏକି ଏକାସାଥୀରେ ଘର, କ୍ୟାରିୟର ଏବଂ ପିଲାମାନଙ୍କ ସହିତ ଜଣେ ଛାତ୍ରୀର ଜୀବନ ଜୀଉଁଛନ୍ତି। ଆଜି ତୁମର ସ୍ନାତକୋତ୍ତର ଦିନରେ ମୁଁ ଭାବୁଛି କି ହେଲେ ମୁଁ ଟିକିଏ ଅଧିକ ଅଧ୍ୟୟନ କରିଥା’ନ୍ତି, ଯାହାଫଳରେ ମୁଁ ଆଉ ଅଧିକ ଶବ୍ଦ ତୁମ ପାଇଁ କହିପାରିଥାନ୍ତି। କେବଳ ଏତିକି କହିବି ଯେ ତୁମେ ମୋତେ କେତେ ଗର୍ବିତ କରିଛ ଟିନା। ଅଭିନନ୍ଦନ ଏବଂ ମୁଁ ତୁମକୁ ଭଲପାଏ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ