Sunday, June 28, 2026
26.5 C
Odisha

    ଇଶା ଓ ଆକାଶ ଅମ୍ବାନୀଙ୍କ ବିବାହରେ ପିନ୍ଧିଥିବା ହାର ନିଜ ବିବାହରେ ପିନ୍ଧିଥିଲେ ରାଧିକା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଏବେ ପତି-ପତ୍ନୀ ବନି ସାରିଛନ୍ତି। ସେମାନଙ୍କ ବିବାହରେ ବହୁ ମାଣଗଣ୍ୟ ବ୍ୟକ୍ତି ପହଞ୍ଚିଥିଲେ। ବଲିଉଡ୍‌ର ଅନେକ ତାରକା‌ଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଖାଇବାଠୁ ଆରମ୍ଭ କରି ହୋଇଥିବା ବିଭିନ୍ନ ସାଜସଜ୍ଜାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ବିବାହରେ ୫୦୦୦କୋଟି ଖର୍ଚ୍ଚ କରାଯାଇଥିଲେ ବି ରାଧିକା ପୁରୁଣା ହାର ପିନ୍ଧିବାକୁ ଗୁରୁତ୍ବ ଦେଇଥିଲେ। ନୂଆ ହାର ନକିଣି ସେ ପୁରୁଣା ହାର ପିନ୍ଧି ବିବାହ କରିଥିଲେ। କୁହାଯାଉଛି ଯେ, ରାଧିକା ବିବାହ ଦିନ ଯେଉଁ ହାର ପିନ୍ଧିଥିଲେ ସେହି ହାର ତାଙ୍କ ବଡ଼ ଭଉଣୀ ଅଞ୍ଜଳି ମର୍ଚ୍ଚାଣ୍ଟ ନିଜ ବିବାହ ଦିନ ପିନ୍ଧିଥିଲେ। ମର୍ଚ୍ଚାଣ୍ଟ ପରିବାର ରୀତୀନୀତି ଅନୁଯାୟୀ ପରିବାରରେ କେହି ବି ବିବାହ କଲେ ତାଙ୍କ ଖାନଦାନୀ ହାର ପିନ୍ଧିବାକୁ ପଡେ। ତେଣୁ ରାଧିକା ମଧ୍ୟ ଭଉଣୀ ଅଞ୍ଜଳି ପିନ୍ଧିଥିବା ହାର ପିନ୍ଧିଥିଲେ।

    ତେବେ ଏହା ପୂର୍ବରୁ ରାଧିକା ନଣଦ ଈଶା ଅମ୍ବାନୀ, ଦେଢ଼ଶୁର ଆକାଶ ଅମ୍ବାନୀ ଓ ଏକ ପାରିବାରିକ କାର୍ଯ୍ୟକ୍ରମରେ ସମାନ ହାର ପିନ୍ଧିଥିଲେ ବୋଲି ଜଣାପଡ଼ିଛି। ଏତେ କୋଟିର ମାଲିକ ହୋଇ ଗୋଟାଏ ହାରକୁ ବାରମ୍ବାର ପିନ୍ଧିଥିବାରୁ ଏବେ ଚର୍ଚ୍ଚାରେ ଅଛନ୍ତି ରାଧିକା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    86 %
    2.3kmh
    100 %
    Sun
    27 °
    Mon
    34 °
    Tue
    34 °
    Wed
    33 °
    Thu
    30 °

    ସମ୍ବନ୍ଧିତ