Saturday, October 3, 2026
23 C
Odisha

    ଭାଇରାଲ ହେଲା ୧୮ବର୍ଷୀୟା ଅନୁଷ୍କାଙ୍କ ଅଡିସନ ଭିଡିଓ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୦୮ରେ ଫିଲ୍ମ ‘ରବ ନେ ବନା ଦି ଯୋଡି’ ସହ ବଲିଉଡରେ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ଶାହରୁଖ ଖାନଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ସୁପରହିଟ୍ ହେବା ପରେ ଆଉ ପଛକୁ ଫେରିନଥିଲେ ଅନୁଷ୍କା। ପରେ ‌ସେ ‘ପି.କେ’, ‘ବ୍ୟାଣ୍ଡ ବାଜା ବାରାତ୍’, ‘ସୁଲତାନ’ ଏବଂ ‘ଏ ଦିଲ ହେ ମୁଶକିଲ’ ଭଳି ବଡ ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ।ତେବେ ଅନୁଷ୍କା ଶର୍ମା ଜଣେ ସୁପରଷ୍ଟାର୍ ହେବା ପୂର୍ବରୁ ଜଣେ ମଡେଲ୍ ଥିଲେ। ବର୍ତ୍ତମାନ ତାଙ୍କ ଅଡିସନ୍ ସମୟର ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଥିବା ଦେଖାଯାଇଛି। ଏହି ଭିଡିଓଟି ପ୍ରଥମେ କାଷ୍ଟିଂ ଏଜେନ୍ସି ଦ୍ୱାରା ପୋଷ୍ଟ କରାଯାଇଥିବା ବେଳେ ପରେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଥିବା ଅନେକ ଫ୍ୟାନ୍ ପେଜରେ ଏହାକୁ ସେୟାର କରାଯାଇଛି। ଏହି ଭିଡିଓରେ ୧୮ବର୍ଷୀୟା ଅନୁଷ୍କା ଶର୍ମା ନଜର ଆସୁଛନ୍ତି।ତାଙ୍କର ଏହି ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଗତ କିଛି ଦିନ ହେବ ଅନୁଷ୍କା ଶର୍ମା ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ