Sunday, October 4, 2026
23.3 C
Odisha

    ବିଜେଡି ବସା ଖାଲି ହେଇଯିବ, ଖଣ୍ଡବିଖଣ୍ଡିତ ହେଇଯିବ ଦଳ: ଅରବିନ୍ଦ ଢାଲି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ଘଟଣାକୁ ନେଇ ବୟାନବାଜି ଥମୁନାହିଁ। ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ। ବିଜେଡି ବସା ଖାଲି ହେଇଯିବ। ହେଲେ ବିଜେପି ହେଉଛି ଜାତୀୟ ଦଳ। ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ। ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁପ୍ରିମୋଙ୍କୁ କେହି ଦେଖା କରିପାରିବେ ନାହିଁ। ପାଣ୍ଡିଆନ୍ ହିଁ ସ‌ର୍ବେସର୍ବା।ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା। ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି। ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ