Thursday, January 15, 2026
14.7 C
Odisha

    ରାସନ ଚାଉଳ ନମିଳିବାରୁ ଅର୍ପଣ ରଥକୁ ଅଟକାଇଲେ ହିତାଧିକାରୀ

    ଆଗକୁ ପଢନ୍ତୁ

    ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖିଛନ୍ତି । ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ଆଜି ଅର୍ପଣ ରଥ ସହ ନରସିଂହପୁର ବିଡିଓ ନୂଆପାଟଣା ପଞ୍ଚାୟତ ପହଞ୍ଚିବା ପରେ ରଥକୁ ଅଟକ ରଖିଛନ୍ତି ହିତାଧିକାରୀ । ୭ ମାସ ହେଲା ଚାଉଳ କାହିଁକି ମିଳୁନାହିଁ ବୋଲି ଅଭିଯୋଗ ଆଣିବା ସହ ଅର୍ପଣ ରଥକୁ ଅଟକାଇ ଦେଇଛନ୍ତି ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.7 ° C
    14.7 °
    14.7 °
    46 %
    1.6kmh
    1 %
    Wed
    14 °
    Thu
    27 °
    Fri
    28 °
    Sat
    29 °
    Sun
    31 °

    ସମ୍ବନ୍ଧିତ