Saturday, July 25, 2026
24.6 C
Odisha

    Bhubaneswar-Puri NH Jam: ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି

    ଆଗକୁ ପଢନ୍ତୁ

    ପୁରୀ : ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ । ଭକ୍ତଙ୍କ ଆଗମନ ପାଇଁ ପ୍ରବଳ ଭିଡ଼ । ରାସ୍ତାରେ ନାହିଁ ନଥିବା ଭିଡ । ଅସମ୍ଭାଳ ଟ୍ରାଫିକ ପାଇଁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ପ୍ରବଳ ଟ୍ରାଫିକକୁ ଦୃଷ୍ଟିରେ ରଖି କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ କରାଯାଉଛି । ପୋଲିସ କଣ୍ଟ୍ରୋଲ ରୁମରୁ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପୋଲିସ ଡିଜି । କଣ୍ଟ୍ରୋଲ ରୁମରୁ ଟ୍ରାଫିକ ନେଇ ବିକଳ୍ପ ଆଲୋଚନା କରିଛନ୍ତି ଡିଜିପି । ଏନେଇ ସିନିୟର୍ ଅଫିସିଆଲଙ୍କ ସହ ଆଲୋଚନା ଚାଲିଛି । ଅସମ୍ଭାଳ ଟ୍ରାଫିକ ଦେଖି ଟ୍ରାଫିକ ଅପଡେଟ ଅନୁକରଣ ପାଇଁ ବିଭିନ LED ଜରିଆରେ ଅପଡେଟ ସହ ସୋସିଆଲ ମିଡିଆରେ ଅପଡେଟ କରାଯାଉଛିଆଡଭାଇଜରି ଅନୁଯାୟୀ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହନର ପ୍ରବାହ କ୍ରମାଗତ ଭାବେ ବଢ଼ୁଛି। ପରିସ୍ଥିତିକୁ ନିୟନ୍ତ୍ରଣ ଓ ଟ୍ରାଫିକ ଜାମ ଏଡ଼ାଇବା ପାଇଁ ସମସ୍ତ ଯାନବାହନକୁ ତାଳବଣିଆ ଆକ୍ସିସ୍ ଆଡ଼କୁ ଡାଇଭର୍ଟ କରାଯାଉଛି । ସେହିପରି ମାଲତୀପାଟପୁରରେ ବର୍ତ୍ତମାନ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ଏବଂ ଯାନବାହନର ଚାପ ଆହୁରି ବଢ଼ିଲେ ଏହି ଅପେକ୍ଷା ସମୟ ଆହୁରି ବୃଦ୍ଧି ପାଇପାରେ ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି । ଓଡ଼ିଶା ପୋଲିସ ଭକ୍ତ ଓ ଯାତ୍ରୀମାନଙ୍କୁ ଧୈର୍ଯ୍ୟର ସହ ଯାତ୍ରା କରିବା ସହ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସୁରକ୍ଷିତ ଓ ସୁଶୃଙ୍ଖଳ ଯାତ୍ରା ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ଆହୁରି ପଢ଼ନ୍ତୁ : ସୁନାବେଶ ଓ ଅଧରପଣା ପାଇଁ ଆଜି ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଶ୍ରଦ୍ଧାଳୁଙ୍କ ପାଇଁ ଆରାମଦାୟକ ହେବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.6 ° C
    24.6 °
    24.6 °
    96 %
    2kmh
    100 %
    Sat
    25 °
    Sun
    29 °
    Mon
    24 °
    Tue
    24 °
    Wed
    24 °

    ସମ୍ବନ୍ଧିତ