Thursday, September 10, 2026
24 C
Odisha

    ଓଡିଶାର ପରିବର୍ତ୍ତନ, ପ୍ରଗତି ଏବଂ ବିକାଶର ପ୍ରତିନିଧିତ୍ୱ କରୁଛି ‘ଶଙ୍ଖ’: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ପାଇଁ ବିଜେଡିର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି। ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ ଭରସା ଥିବାରୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି। ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ। ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ। ଓଡ଼ିଶା ବିଜେପି କ’ଣ କହିବାକୁ ଚାହୁଁଛି ଯେ ଜି-୨୦ ଲୋଗୋରେ, ପିଡିଏସ୍‌ ରାସନ ରସିଦରେ, ଆୟୁଷ୍ମାନ ଭାରତ ଲୋଗୋ, ଉଜ୍ଜ୍ୱଳା ଯୋଜନା ଲୋଗୋ ଓ ଅମୃତ ଯୋଜନା ଲୋଗୋରେ ବ୍ୟବହୃତ ହେଉଥିବା ପଦ୍ମ ଫୁଲ ସେମାନଙ୍କ ଦଳୀୟ ଚିହ୍ନ ଏବଂ ସେଥିପାଇଁ ସେମାନେ ଭାବୁଛନ୍ତି ଯେ ଅନ୍ୟତ୍ର ମଧ୍ୟ ‘ଶଙ୍ଖ’ ଚିହ୍ନ ବ୍ୟବହାର କରାଯାଉଛି? ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ସେମାନେ ନିଜର ସଂକୀର୍ଣ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ ଏବଂ ‘ଶଙ୍ଖ’ ଚିହ୍ନ ଭଳି ଅଣପ୍ରସଙ୍ଗ ନଉଠାଇ ଓଡ଼ିଶାବାସୀଙ୍କ ପାଇଁ କିଛି ଭଲ ଦିଗରେ କାର୍ଯ୍ୟ କରନ୍ତୁ। ଓଡ଼ିଶାକୁ ନବୀନ ଓଡ଼ିଶା, ନୂଆ ଓଡ଼ିଶାରେ ପରିଣତ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅଣ-ପ୍ରସଙ୍ଗ ଉଠାଇ ଓଡ଼ିଶା ବିଜେପି ରାଜ୍ୟର ବିକାଶ ଦିଗରେ ନିଜର ଉଦ୍ଦେଶ୍ୟର ଅଭାବ ଥିବା ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ