Tuesday, September 8, 2026
29.8 C
Odisha

    ବିଜେଡି ଅନ୍ତଃକନ୍ଦଳ ଜଳଜଳ: ସାରଦାଙ୍କ ପ୍ରାର୍ଥିତ୍ବକୁ ବିରୋଧ

    ଆଗକୁ ପଢନ୍ତୁ

    ରାଉରକେଲା: ବ୍ୟାପକ ଗୋଷ୍ଠୀକନ୍ଦଳ ଯୋଗୁ ପ୍ରଥମ ପର୍ଯ୍ୟାୟ ତାଲିକାରୁ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍‌ ଦେଇଛି। ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକଙ୍କୁ ଦଳୀୟ ଟିକେଟ ନ ଦେବାକୁ ନିର୍ବାଚନମଣ୍ଡଳୀର ବହୁ ତୁଙ୍ଗ ନେତା, ବିଭିନ୍ନ ସଂଗଠନର ପ୍ରତିନିଧି ଦଳର ସାଂଗଠନିକ ସମ୍ପାଦକଙ୍କୁ ଭେଟି ଦାବି ଜଣାଇଛନ୍ତି। କିଛିଦିନ ପୂର୍ବେ ସାରଦାଙ୍କ ଏକାନ୍ତ ଅନୁଗତ ପ୍ରଶାନ୍ତ ତରାଇଙ୍କୁ ଦଳରେ ସାମିଲ ନ କରିବା ତଥା ଟିକଟ ନଦେବା ଦାବିରେ ରଘୁନାଥପାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତାମାନେ ଦସ୍ତଖତ ଅଭିଯାନ କରିବା ସହ ଭୁବନେଶ୍ବର ଗସ୍ତ କରିଥିଲେ।
    ରାଉରକେଲା ବିଜେଡି ବର୍ତ୍ତମାନ ଦୁଇଭାଗରେ ବିଭକ୍ତ। ଗୋଟିଏ ଗୋଷ୍ଠୀର ନେତୃତ୍ବ ସାରଦା ନେଉଥିବାବେଳେ ଅନ୍ୟ ଗୋଷ୍ଠୀକୁ ପରିଚାଳନା କରୁଛନ୍ତି ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ। ବିଗତଦିନରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନ, ଯଥା- ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌, ବଣିକ ସଂଘ ନିର୍ବାଚନ ଆଦିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏବେ ବିପକ୍ଷ ଗୋଷ୍ଠୀ ଭୁବନେଶ୍ବର ଗସ୍ତକରି ସାରଦାଙ୍କୁ ଟିକେଟ ନ ଦେବାକୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିଟକରେ ଦାବି କରିଛନ୍ତି। ପ୍ରାୟ ଶହେଜଣ ପୂର୍ବତନ କାଉନସିଲର, ଯୁବ ନେତା, ମହିଳା ନେତ୍ରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ସାରଦାଙ୍କ ମନମୁଖୀ କାମ ପାଇଁ ଦଳର ଭାବମୂର୍ତ୍ତି କ୍ଷୂଣ୍ଣ ହେବାରେ ଲାଗିଛି। ତାଙ୍କର ଅଶୋଭନୀୟ ବ୍ୟବହାର, ସର୍ବସମ୍ମୁଖରେ କର୍ମକର୍ତ୍ତାଙ୍କୁ ମାଡ଼ମାରିବା, ଗାଳିଗୁଲଜ କରିବା ଦଳର ମର୍ଯ୍ୟାଦା ହାନି ହୋଇଥିବା ଉଲ୍ଲେଖ କରିଛନ୍ତି। ଏଣୁ ପୁନର୍ବାର ଦଳକୁ ବିଜୟୀ କରାଇବାକୁ ହେଲେ ରାଉରକେଲାରେ ଏଥର ନୂଆମୁହଁକୁ ସୁଯୋଗ ଦେବାକୁ ଦାବି କରିଛନ୍ତି।

    ଅନ୍ୟପକ୍ଷରେ, ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ବି ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଲାଣି। ଏହି ଆସନରୁ ପ୍ରଶାନ୍ତ ସେଠୀ ବିଜେଡି ଟିକେଟରୁ ଲଢ଼ିବାକୁ ଇଚ୍ଛା ଜାହିର କରିବା ସହ ଦଳରେ ମିଶିବାକୁ ଗତ ସପ୍ତାହରେ ଭୁବନେଶ୍ବର ଗସ୍ତ କରିଥିଲେ। ତେବେ କୌଣସି କାରଣରୁ ମିଶ୍ରଣ ପର୍ବକୁ ସ୍ଥଗିତ ରଖାଯାଇଛି। ଏସବୁ ଭିତରେ ପ୍ରଶାନ୍ତଙ୍କୁ ଦଳରେ ନ ମିଶାଇବାକୁ ସାଂଗଠନିକ ସମ୍ପାଦକଙ୍କ ନିକଟରେ ରଘୁନାଥପାଲି ବିଜେଡିର ଗୋଟିଏ ଗୋଷ୍ଠୀ ଦୃଢ଼ ଦାବି କରିଥିଲେ। ରଘୁନାଥପାଲି ନିର୍ବାଚନମଣ୍ଡଳୀର କିଛିନେତା ଦଳୀୟ ବ୍ୟାପାରରେ ସାରଦାଙ୍କ ହସ୍ତକ୍ଷେପକୁ ପ୍ରକାରାନ୍ତରେ ପ୍ରତିବାଦ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ