Tuesday, March 17, 2026
33.3 C
Odisha

    ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି

    ଆଗକୁ ପଢନ୍ତୁ

    ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି । ପ୍ରେସ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି । ଗତ ୨୦୧୯ରେ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ସହ ତାଙ୍କର ରାଜ୍ୟସଭାକୁ ପୁଣିଥରେ ଯିବା ସ୍ପଷ୍ଟ ହୋଇଛି । ବିଜେଡି ପୂର୍ବରୁ ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଉଭୟ ଗତକାଲି ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ । ସେହିଭଳି ବିଜେଡି ଏବେ ଅଶ୍ୱିନୀଙ୍କୁ ସମର୍ଥନ କରିବା ପରେ ରାଜ୍ୟସଭା ନିର୍ବାଚନ କେବଳ ଔପଚାରିକତା ପାଲଟିଛି । ଘୋଷିତ ୩ ପ୍ରାର୍ଥୀ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    24 %
    2.2kmh
    99 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ