Saturday, April 11, 2026
24 C
Odisha

    ମୋଦିଙ୍କ ଗ୍ୟାରେଂଟି ଯୁବବର୍ଗଙ୍କ ଆତ୍ମନିର୍ଭର, କୃଷକଙ୍କ ଆର୍ôଥକ ଉନ୍ନତି, ଗରିବଙ୍କ ବିକାଶ ଓ ମହିଳା ସଶକ୍ତିକରଣ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ପୁରୀ, ତା.୨୭/୧୨ : ଦେଶର ଅଢ଼େଇ ଲକ୍ଷ ପଂଚାୟତ ଓ ସହରାଚଂଳକୁ ପହଂଚି ଭାରତ ବର୍ଷର ବିକାଶମୂଳକ ପ୍ରସଙ୍ଗ ସମ୍ପର୍କରେ ଲୋକଙ୍କୁ ଗତ ୧୫ ନଭେମ୍ବରରୁ ଆରମ୍ଭ ହୋଇଥିବା “ବିକଶିତ ଭାରତ ସଂକଳ୍ପ ଯାତ୍ରା” ସଚେତନ କରୁଛି । ମୋଦିଙ୍କ ଗ୍ୟାରେଂଟି ହେଉଛି ଯୁବବର୍ଗଙ୍କ ଆତ୍ମନିର୍ଭର ଓ କୃଷକଙ୍କ ଆର୍ôଥକ ଉନ୍ନତି, ଗରିବଙ୍କ ବିକାଶ, ମହିଳାଙ୍କ ସଶକ୍ତିକରଣ । ପ୍ରଧାନମନ୍ତ୍ରୀ “ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ”ରେ ଭାଗ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସିଧାସଳଖ ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସମୀକ୍ଷା କରିଥିଲେ ।
    ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ସୁକୁଳ ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ନିୟମିତ ମାସିକ ୩ଟି କିସ୍ତିରେ ୬ହଜାର ଟଙ୍କା ଦେଉଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୮ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ପକ୍କାଘର ମିଳିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୪ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଓଡ଼ିଶାର ୭୮ଭାଗ ଲୋକ ମୋଦି ସରକାରଙ୍କ ଯୋଜନା ମୁତାବକ ମାସକୁ ସମ୍ପୂର୍ଣ୍ଣ ମାଗଣାରେ ୫କେଜି ଲେଖାଏଁ ଚାଉଳ ପାଉଛନ୍ତି । ମୋଦି ସରକାର ୯ବର୍ଷରେ ୧୮ଲକ୍ଷ କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ଓଡିଶାକୁ ଦେଇଛନ୍ତି । ମୋଦିଙ୍କ ଗ୍ୟାରେଂଟି “ଓଡ଼ିଶାର ବିକାଶ” ।
    “ବିକଶିତ ଭାରତ ସଂକଳ୍ପ ଯାତ୍ରା” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି । ଏହି “ବିକଶିତ ଭାରତ ସମ୍ପର୍କ ଯାତ୍ରା”ର ଏଲଇଡି ଗାଡି ଦେଶର ସବୁଆଡେ ପହଂଚିବା ସହ ସ୍ୱାସ୍ଥ୍ୟ ସେବା ଶିବିର ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ବଂଚିତ ହୋଇଥିବା ବ୍ୟକ୍ତି ବିଶେଷଙ୍କଠାରୁ ଦରଖାସ୍ତ ଗ୍ରହଣ କରି ତାଙ୍କ ନାମକୁ ପଞ୍ଜୀକରଣ କାର୍ଯ୍ୟ କରୁଛି । ମୋଦିଙ୍କ ଲକ୍ଷ୍ୟ ସବୁ ଯୋଜନାର ଲାଭ ସଠିକ୍ ଓ ଯୋଗ୍ୟ ହିତାଧିକାରୀ ପାଆନ୍ତୁ, ଯଦ୍ୱାରା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉଦାହରଣ ସ୍ୱରୂପ ଉଜ୍ଜ୍ୱଳା ସଂଯୋଗ, ପିଏମ୍ କିଷାନ ସମ୍ମାନ ନିଧି, ବ୍ୟାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନା ଭଳି ସମସ୍ତ ଯୋଜନା ସମ୍ପର୍କରେ ଜନସଚେତନତା ଏବଂ ପଞ୍ଜୀକରଣ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ସାରା ବିଶ୍ୱରେ ଭାରତକୁ ବିଶ୍ୱଗୁରୁ ଓ ପରମବୈଭବ ରାଷ୍ଟ୍ର ଗଢ଼ି ତୋଳିବେ । ଏଥିଲାଗି ସବୁ ସ୍ତରରେ ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ଉପସଭାପତି ବିରଂଚିନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ଆର୍ଶିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍‌ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ