Sunday, September 20, 2026
28.3 C
Odisha

    ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୪/୦୮: ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ । ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ । ସରକାରରେ ଥିଲାବେଳେ ନବୀନ ବାବୁ ରାଜ୍ୟରେ ଯାବତୀୟ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରିଆସୁଥିଲେ, ଏବେ ମଧ୍ୟ ବିରୋଧୀ ଦଳରେ ରହି ମୁଖପାତ୍ରମାନଙ୍କୁ ମାଧ୍ୟମ କରି ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ ବାର୍ତାରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ନବୀନ ବାବୁ ହେଉଛନ୍ତି ପପୁ ସଂସ୍କୃତିର ଦାୟାଦ । ସେଠି ରାହୁଲ ବାବା ଯାହା କହୁଛନ୍ତି ଏଠି ନବୀନ ବାବୁ ତାହାକୁ ଅନୁକରଣ କରୁଛନ୍ତି । ରାହୁଲ ବାବା ଦେଶରେ ଓ ନବୀନ ବାବୁ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ ସଫଳ କରିବାକୁ ଦେବେ ନାହିଁ । ବିଜୁ ଜନତା ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ବର୍ଷ ଓଡ଼ିଶା ଶାସନର ଦାୟିତ୍ୱରେ ଥିଲେ ବି ଓଡ଼ିଆ ଶିକ୍ଷିଲେ ନାହିଁ, ସେ ଆଜି ବି ଓଡ଼ିଆ ବୁଝିଲେ ନାହିଁ କି ଓଡ଼ିଆ କହିଲେ ନାହିଁ । ସବୁବେଳେ ସେ ଓ ତାଙ୍କ ଦଳର ଅନେକ ନେତା ଖଣ୍ଡି / କଦର୍ଥ ଓଡିଆ କହି ଓଡ଼ିଶାବାସୀଙ୍କୁ ଉପହାସ କରିଆସୁଥିଲେ । ଯଦ୍ୱାରା ଏବେ ସେମାନଙ୍କୁ ଶୁଦ୍ଧ ଓଡ଼ିଆ ଭଲ ଲାଗୁ ନାହିଁ ବା ଶୁଦ୍ଧଓଡ଼ିଆ ସେମାନେ ଶୁଣିପାରୁ ନାହାନ୍ତି । ଯେଉଁଥିପାଇଁ ନିଜ ଦୋଷ ଦୁର୍ଗୁଣ ଘୋଡାଇବା ପାଇଁ ଉପରଠାଉରିଆ ବିଜେପିକୁ ସମାଲୋଚନା କରୁଛନ୍ତି । ଆଉ ଏକ ଉଦାହରଣ ଓଡ଼ିଆ କହିପାରୁନଥିବା କାରଣରୁ ଏବେ ବିରୋଧୀ ଦଳ ନେତା ନବୀନ ବାବୁ ବିଧାନସଭାକୁ ଆସିବାକୁ ବି ଡରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
    ବିଜେଡି ଜାଣିବା ଦରକାର ଯେ, ଗଣତନ୍ତ୍ର ରାଷ୍ଟ୍ରରେ “ଫେଡେରାଲ” ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବିକାଶ ହୋଇଥାଏ । ଆମେ ପ୍ରଥମରୁ କହିଥିଲୁ “ଡବଲ ଇଞ୍ଜିନ ସରକାର” ପ୍ରତିଷ୍ଠା ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ । ଆଜି ତାହା ହେବାକୁ ଆରମ୍ଭ କରିଛି । ଫଳସ୍ୱରୂପ ରେଳ ବଜେଟ୍‌ରେ ୧୦,୫୮୬କୋଟି ଟଙ୍କା ବରାଦ ହେବାର ମାସେ ନପୂରୁଣୁ ପୁନଃର୍ବାର ରାଜ୍ୟରେ ରେଳ ଭିତିଭୂମିର ବିକାଶ ଓ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୧୫ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସେହିପରି ନଗଦରେ ରାଜ୍ୟରେ ରାଜପଥର ବିକାଶ ଓ ସଂପ୍ରସାରଣ ପାଇଁ ୨୧,୬୫୦କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ଦବାର ନିଷ୍ପତି ନେଇଛନ୍ତି । ନବୀନ ବାବୁ ୨୪ବର୍ଷ ଶାସନରେ ଯାହା କରିପାରୁନଥିଲେ ଆଜି ଦୁଇ ମାସର ମୋହନ ମାଝୀଙ୍କ ସରକାର ରାଜ୍ୟର ବିକାଶ ଦିଗରେ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ଆଣିପାରିଥିବାରୁ ତାହାକୁ ବିରୋଧୀ ବିଜୁ ଜନତା ଦଳ ଗ୍ରହଣ କରିନପାରି ଅସିହିଷ୍ଣୁତା ପ୍ରକାଶ କରୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
    କିଛି ଦିନ ତଳେ ନବୀନ ବାବୁ ଆଳୁ ପ୍ରସଙ୍ଗରେ ଅଯଥା ମୁଣ୍ଡପୁରାଇ ସାମାଜିକ ଗଣମାଧ୍ୟମରେ ତୁମ୍ଭିତୋଫାନ ସୃଷ୍ଟି କଲେ । ସେଥିରେ ଫଳ ଶୂନ ବରଂ ରାଜ୍ୟ ସରକାର ତାଙ୍କର କାର୍ଯ୍ୟ ସୂଚାରୁରୂପେ କରୁଛନ୍ତି । ଏବେ ଏବେ ନବୀନ ବାବୁ ଟ୍ୱିଟ୍ କରି ସାଂପ୍ରଦାୟିକ କଥା କହି ଆଉ ଏକ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ପ୍ରକାଶଥାଉ କି, ଯେତେବେଳେ ପଶ୍ଚିମବଙ୍ଗରେ ସାଂପ୍ରଦାୟିକତା ଓ ଆତଙ୍କରାଜ୍ ଘଟଣା ଘଟୁଥିଲା ସେତେବେଳେ ସେହିସବୁ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡ଼ିଶାରେ ସୁରକ୍ଷା ପ୍ରଦାନ କରୁଥିଲେ । ନବୀନ ବାବୁଙ୍କ ସମୟରେ କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ହୋଇଥିଲା, ଭଦ୍ରକ ଦଙ୍ଗା ଓ ସମ୍ବଲପୁର ହନୁମାନ ଜୟନ୍ତୀରେ ହତ୍ୟା କାଣ୍ଡ ହୋଇଥିଲା । ଏସବୁ ସାଂପ୍ରଦାୟିକତା ଘଟଣାକୁ ତାଙ୍କ ଦଳ କରାଉଥିଲେ ଓ ପରବର୍ତୀ ସମୟରେ ସଂପୃକ୍ତ ଅପରାଧୀଙ୍କୁ ସୁରକ୍ଷା ବି ଦେଉଥିଲେ । ସେହି ନବୀନ ବାବୁ ଓ ତାଙ୍କ ଦଳ “ଜିରାରୁ ସୀରା କାଢ଼ିଲା” ଭଳି ଛୋଟ ଛୋଟ କଥାରେ ମିଥ୍ୟାର ଆଶ୍ରୟ ନେଇ ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ