Friday, May 17, 2024
36.4 C
Odisha

    ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ଜୟନାରାୟଣ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୩/୦୧: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ ରାଜ୍ୟ ସରକାର ସାର୍ବଜନୀନ କରୁନାହାନ୍ତି । ଏହା ପଛରେ କେଉଁ ଅଜଣା କାରଣ ଅଛି ବା କେଉଁ ବିଶେଷ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସେହି ତଦନ୍ତ କମିଶନ ରିପୋର୍ଟ ଚପାଇ ରଖିଛନ୍ତି, ତାହାର ଉତର ଦେବା ଦରକାର । ଆଜିବି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀମାନେ ଖୁଲମଖୋଲା ବୁଲୁଛନ୍ତି ଏବଂ ସେମାନଙ୍କର ଆଦିବାସୀ ବିରୋଧୀ କାର୍ଯ୍ୟକଳାପ ଜାରୀ ରଖିଛନ୍ତି । କନ୍ଧମାଳ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ସେମାନେ ସରଳ ଆଦିବାସୀମାନଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ କରୁଛନ୍ତି । ରାଜ୍ୟ ସରକାର ତୁରନ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରନ୍ତୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
    ଆଦିବାସୀମାନଙ୍କ ସାମାଜିକ, ଭାଷାଗତ ଉନ୍ନତିକୁ ଗଢ଼ି ତୋଳିବାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏନେଇ ବିଭିନ୍ନ ଦେଶ ବିରୋଧୀ ଅନୁଷ୍ଠାନ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରିଥିଲେ । ୨୦୦୭ମସିହା ଡିସେମ୍ବର ୨୫ତାରିଖରେ ହତ୍ୟା ଉଦ୍ୟମ କରାଯାଇଥିଲା ଓ ସେ କଟକ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ । ଏନେଇ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତୀ ଅବସ୍ଥାରେ ୨୦୦୮ରେ ଲକ୍ଷ୍ମଣାନ୍ଦଙ୍କୁ ହତ୍ୟା କରାଯାଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେଉଁ ଓଡ଼ିଶା ପୋଲିସ ତାଙ୍କୁ ସୁରକ୍ଷା ଦେଉଥିଲା ସେହିଦିନ ସେମାନେ ଛୁଟିରେ ଥିଲେ । ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ତାଙ୍କର ୪ଜଣ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏନେଇ ୩ଟି ତଦନ୍ତ କମିଶନ ମଧ୍ୟ ବସିଥିଲା । ଜଷ୍ଟିସ ପାଣିଗ୍ରାହୀ କମିଶନ, ଜଷ୍ଟିସ ମହାପାତ୍ର ଓ ଜଷ୍ଟିସ ନାଇଡୁ କମିଶନ ଏହି ହତ୍ୟାକାଣ୍ଡ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରୁଥିଲେ । ୨ଟି କମିଶନର ରିପୋର୍ଟ ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ଏଯାଏଁ କାହିଁକି ଏହାକୁ ସାର୍ବଜନୀନ କରାଯାଇ ନାହିଁ, ତାହାର ଉତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ । ଏହି ରିପୋର୍ଟକୁ ସରକାର ତୁରନ୍ତ ସାର୍ବଜନୀନ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଦେବାଶିଷ ହୋତା ନାମକ ଜଣେ ବ୍ୟକ୍ତି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ । ଏହାପରେ ମାନ୍ୟବର ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଏନେଇ ନୋଟିସ୍ କରିଛନ୍ତି । ଯଥାଶୀଘ୍ର ରାଜ୍ୟ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ । କାହିଁକି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା ତାହାର ଉତର ଜାଣିବା ପାଇଁ ଆଜିବି ଓଡ଼ିଶାର କୋଟି କୋଟି ହିନ୍ଦୁ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ