Friday, November 6, 2026
25.4 C
Odisha

    ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ । ଆଉ କିଛି ସମୟ ପରେ ହେଇପାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

    ଆଗକୁ ପଢନ୍ତୁ

    ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ବାଛିବେ ମୁଖ୍ୟମନ୍ତ୍ରୀ ଚେହେରା । ଆସନ୍ତାକାଲି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଆଉ ଏହା ପୂର୍ବରୁ ଆଜି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ବିଜେପି ବିଧାୟକ । ଏଥିପାଇଁ ରାଜ୍ୟ ବିଜେପି ଅଫିସରେ ଗହଳି ଲାଗିଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ପାର୍ଟି ଅଫିସରେ ପହଞ୍ଚିଛନ୍ତି । ତେବେ କିଏ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।ମିଳିଥିବା ସୂଚନା ମୁତାବକ, ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିଶ କରାଯିବ । ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଏହାପରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବ ବିଜେପି । ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ବୁଧବାର ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ଯଦି କିଛି ସମସ୍ୟା ହୁଏ ତେବେ ବୁଧବାର ସକାଳ ହିଁ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବେ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.4 ° C
    25.4 °
    25.4 °
    79 %
    0.9kmh
    35 %
    Fri
    23 °
    Sat
    27 °
    Sun
    27 °
    Mon
    27 °
    Tue
    27 °

    ସମ୍ବନ୍ଧିତ