Sunday, June 1, 2025
36 C
Odisha

    ଆଜି ଘୋଷଣା ହୋଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । କିଏ କେଉଁଠୁ ଲଢିବେ ହେବ ସ୍ପଷ୍ଟ

    ଆଗକୁ ପଢନ୍ତୁ

    ଆଜି ଘୋଷଣା ହୋଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । କିଏ କେଉଁଠୁ ଲଢିବେ ହେବ ସ୍ପଷ୍ଟ । ସବୁ ଆସନରେ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳ ଗୋଟିଏ ବି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଦଳଡିଆଁ ପର୍ବ ଚାଲିଥିବାରୁ ଅନେକ ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ବିଶେଷକରି ବିଜେପିରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି । ଯେଉଁଥିପାଇଁ ଦଳ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । କିନ୍ତୁ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି କିଛି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେ ଦଳ । ସେପଟେ ବିଜେଡି ମଧ୍ୟ ଜାରି କରିପାରେ ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୭୨ ବିଧାନସଭା ପ୍ରାର୍ଥୀଙ୍କ ନାମ ଦଳ ଘୋଷଣା କରିସାରିଛି । ବାକି ୭୫ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକପ୍ରକାର ଶେଷ ହୋଇଥିବା କୁହାଯାଉଛି । ଖୁବଶୀଘ୍ର ବିଜେଡି ବାକି ଆସନରେ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି ।

    ବିଜେପି-ବିଜେଡି ତୁଳନାରେ ପଛରେ ପଡିଯାଇଛି କଂଗ୍ରେସ । ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ତେବେ ପ୍ରାର୍ଥୀ ଚୟନ ନେଇ ଗତକାଲି ଦିଲ୍ଲୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଓଡ଼ିଶା କଂଗ୍ରେସର ମୁଖ୍ୟ ନେତାଙ୍କ ଆଲୋଚନା ଶେଷ ହୋଇଛି । ତେବେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ମଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    33 %
    5.5kmh
    51 %
    Sun
    39 °
    Mon
    40 °
    Tue
    37 °
    Wed
    40 °
    Thu
    40 °

    ସମ୍ବନ୍ଧିତ