Saturday, July 27, 2024
24.6 C
Odisha

    ଶସ୍ତା ହେବ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଯାନ

    ଆଗକୁ ପଢନ୍ତୁ

    ଦେଶରେ ବଢିବ ବିଦ୍ୟୁତ ଚାଳିତ ଦୁଇଚକିଆ ଓ ତିନି ଚକିଆ ଯାନର ଦାମ୍ । ଇଲେକ୍ଟ୍ରିକ୍ ଗାଡିର ବିକ୍ରି ବଢାଇବା ପାଇଁ ସରକାର ୫ଶହ କୋଟିର ଏକ ନୂଆ ସ୍କିମ୍ ଆଣିଛନ୍ତି । ଏହି ସ୍କିମ୍ ଆଧାରରେ ଦୁଇ ଚକିଆ ଓ ତିନି ଚକିଆ ଯାନର ମୂଲ୍ୟ କମିବା ସହ ଚାହିଦା ବଢିବାର ଆଶା ରଖାଯାଇଛି । ଏଥିପାଇଁ ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋଶନ ସ୍କିମକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କିମ୍ ଆସନ୍ତା ଏପ୍ରିଲ୍ ୧ତାରିଖରୁ ଲାଗୁ କରାଯିବ । ଇ-ପରିବହନ ପ୍ରୋତ୍ସାହନ ଯୋଜନା ୨୦୨୪ ବା ଇଏମପିଏସ୍-୨୦୨୪ ଘୋଷଣା କରି ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, ଦେଶରେ ଇ-ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ । ଏହି ଯୋଜନା ଅଧିନରେ ଦୁଇ ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ସହାୟତା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରାୟ ୩.୩ ଲକ୍ଷ ଦୁଇ ଚକିଆ ଯାନକୁ ପ୍ରୋତ୍ସାହନ ଯୋଗାଇବା । ସେହି ପରି ଇ-ରିକ୍ସା ଏବଂ ଇ-କାର୍ଟ କିଣିବା ପାଇଁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ଏକ ବଡ ତିନି ଚକିଆ ଯାନ କିଣିବା ପାଇଁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ