ଜମି ବିକ୍ରି ନେଇ ବିଗତ ସରକାର ଯେତେ ସମସ୍ୟା ସୃଷ୍ଟି କରିଛନ୍ତି ତାକୁ ସୁଧାରିବା ବର୍ତ୍ତମାନ ର କାମ । ଜମି ବିକା କିଣା ନେଇ ଓଡ଼ିଶାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ଆଇନର ସଠିକ ତର୍ଜମା ନକରିଥିବା ଯୋଗୁଁ ଯେଉଁ ଜମି ସବୁ ବିକ୍ରି ହୋଇପାରିବ ସେଥିରେ ରୋକ ଲଗା ଯାଇଛି । ନିର୍ଦ୍ଧିଷ୍ଟ ଗୋଟେ ଜମି ପ୍ଳଟିଙ୍ଗ କରି ଜଣେ ଚାହିଁଲେ ବିକ୍ରି ରେଗୁଲେଟ ପାଇଁ ନିୟମ ତିଆରି ହୋଇଛି । ଜମିରେ ପ୍ଳଟିଙ୍ଗ କରି ଫ୍ଲାଟ କରି ବିକ୍ରି ପାଇଁ ବ୍ୟବସାୟୀ ଚାହିଁବ ତାପାଇଁ ନିୟମ ହୋଇଛି । ଜଣେ ନିଜ ଝିଅର ବାହାଘର ପାଇଁ ଜମି ବିକ୍ରି ପାଇଁ ଚାହିଁବ, ଛୁଆ ର ଚିକିତ୍ସା ପାଇଁ ବିକ୍ରି କରିବାକୁ ଚାହିଁବ ସ୍ପଷ୍ଟୀକରଣ ନଥିବା ଯୋଗୁଁ କିଣା ବିକା ରେ ଓଡ଼ିଶାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି । ୫ ମାସର ରେକର୍ଡ ଦେଖିକି ମନେ ହେଲା ଲୋକେ ଜମି ବିକ୍ରି କରିବାରେ ହଇରାଣ ହେଉଛନ୍ତି । ଆଇନର ତର୍ଜମା ପାଇଁ ସମୀକ୍ଷା ବୈଠକ ହୋଇଛି । ଅନ୍ୟ ଜଣଙ୍କୁ ଜମି ବିକ୍ରି ପାଇଁ ଗରିବ ଲୋକେ ଚାହିଁବ ଏବଂ ସେହି ଜମି ପ୍ଳଟିଙ୍ଗ ଓ ଆପାର୍ଟମେଣ୍ଟ କରିବା ସହ କୌଣସି ସମ୍ପର୍କ ନାହିଁ ସେବାଦରେ ଆଇନ ର ସଂଶୋଧନ ଆବଶ୍ୟକ ରହିଛି । ନଗର ଉନ୍ନୟନ ଓ ଆଇନ ବିଭାଗକୁ ପରାମର୍ଶ ଦିଆଯାଇଛି । ଚଳିତ ବିଧାନସଭାରେ ଯେଉଁ ଆଇନର ସଂଶୋଧନର ଆବଶ୍ୟକତା ରହିଛି ଯଥା ଶୀଘ୍ର କରାଯିବ । ପରବର୍ତ୍ତୀ ସମୟରେ ପ୍ଳଟିଙ୍ଗ ଓ ଆପାର୍ଟମେଣ୍ଟ ପାଇଁ ଜମି ବିକ୍ରି ଉପରେ ବିଚାର କରାଯିବ ।