Saturday, July 27, 2024
24.8 C
Odisha

    ସମୟ ଗଡୁଛି, ଦ୍ୱନ୍ଦ୍ୱ ବଢୁଛି, ହେଲେ ସରିନି ମେଣ୍ଟ ସମ୍ଭାବନା । ଆସନ ଭାଗବଣ୍ଟା ଚର୍ଚ୍ଚା ପରେ କ୍ଷମତା ବଣ୍ଟନକୁ ନେଇ ଅଟକି ଥାଇପାରେ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ସରିନି ବିଜେପି-ବିଜେଡି ଭିତରେ ମେଣ୍ଟ ସମ୍ଭାବନା । ଦୁଇ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ ବି ମେଣ୍ଟ କଥାକୁ ଖଣ୍ଡନ କରିନାହାନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରଙ୍କ କୋର୍ଟରେ ବଲ ଥିବା ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ସେମାନଙ୍କ ମତରେ ଆସନ ଭାଗବଣ୍ଟା ଚର୍ଚ୍ଚା ପରେ ଏବେ କ୍ଷମତା ଭାଗବଣ୍ଟାକୁ ନେଇ କଥା ଅଟକି ଥାଇପାରେ । ଆସନ ଭାଗବଣ୍ଟା ଏବଂ ନିର୍ବାଚନ ପରେ କ୍ଷମତା ବଣ୍ଟନରେ କେଉଁ ଦଳର ଭାଗ କେତେ ରହିବ ସେ ନେଇ ସହମତି ହେଉନାହିଁ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ବିଜେପି ଯାହା ଚାହୁଁଛି, ସେକଥା ବିଜେଡିକୁ ଜଣାଇ ଦେଇଛି । ବିଜେପି ୧୪ ଲୋକସଭା ଓ ୪୯ ବିଧାନସଭା ଆସନରୁ ତଳକୁ ଖସିବ ନାହିଁ ବୋଲି ଜଣାଇ ଦେଇଥିବା କୁହାଯାଉଛି । ହେଲେ ବିଜେପିର ଦାବିକୁ ସଂପୂର୍ଣ୍ଣ ମାନିନେବା ବିଜେଡି ପକ୍ଷେ ସମ୍ଭବ ନଥିବା ଆକଳନ କରାଯାଉଛି । ଏହାସହ ଅନ୍ୟ ରାଜ୍ୟ ଭଳି ସରକାର ଗଠନ ବେଳେ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିପାରେ ବିଜେପି । ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି ବିଜେଡି ନେତୃତ୍ୱ ବିଚାର କରୁଥିବା ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ