ଅସୁରନ’ ପାଇଁ ଧନୁଷଙ୍କୁ BRICS ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତା ପୁରସ୍କାର

ମୁମ୍ବାଇ ୩୦/୧୧ : ସାଉଥ ଷ୍ଟାର ଧନୁଷ ଫିଲ୍ମ ‘ଅସୁରନ’ ପାଇଁ କିଛି ମାସ ପୂର୍ବରୁ ନ୍ୟାଶନାଲ ଆୱାର୍ଡରେ ସମ୍ମାନିତ କରାଯାଇଛି। ତାଙ୍କୁ ଏବେ ଆଉ ଏକ ବଡ ଆୱାର୍ଡ ମିଳିଛି। ଧନୁଷଙ୍କୁ BRICS Film Festival ରେ ଫିଲ୍ମ ‘ଅସୁରନ’ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଧନୁଷଙ୍କ ପାଇଁ ୨୦୨୧ ବହୁତ ଖାସ। ତାଙ୍କ ଅଭିନୟ କ୍ୟାରିଅରରେ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ତାଙ୍କୁ ନ୍ୟାଶନାଲ ଓ ଇଣ୍ଟରନ୍ୟାଶନାଲ ମଞ୍ଚରେ ବହୁତ ସମ୍ମାନ ମିଳିଛି।

ଏହା ପୂର୍ବରୁ ଗୋଆରେ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ହୋଇଥିଲା। ଏହି ଫିଲ୍ମ ଫେଷ୍ଟିଭାଲ ସହ ବ୍ରିକ୍ସ ଫେଷ୍ଟିଭାଲ ମଧ୍ୟ ଆୟୋଜନ ହୋଇଥିଲା। IFFI ର ୫୨ ତମ ସଂସ୍କରଣ ନଭେମ୍ବର ୨୮ ରେ ଶେଷ ହେବାପରେ ବ୍ରିକ୍ସ ଚଳଚ୍ଚିତ୍ର କର୍ତ୍ତୃପକ୍ଷ ଏହି ପ୍ଲାଟଫର୍ମରେ ୬ ଟି ଫିଲ୍ମ ପାଇଁ ପୁରସ୍କାର ଘୋଷଣା କରିଥିଲେ। ଏହି ପୁରସ୍କାର ମଧ୍ୟରୁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ଧନୁଷ ବହୁତ ଖୁସି ନଜର ଆସିଛନ୍ତି।

ସେ ଏହି ଚଳଚ୍ଚିତ୍ରରେ ଜଣେ ଗରିବ ଚାଷୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଅଭିୟାନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି।