Wednesday, October 23, 2024
21.7 C
Odisha

    ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର: ରାଜ୍ୟପାଳ ରଘୁବର ଦାସ

    ଆଗକୁ ପଢନ୍ତୁ

    ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର । ନୟାଗଡ ଗସ୍ତ ଅବସରରେ ଲେଙ୍କୁଡିପଡା ଗାଁର ମହିଳାମାନଙ୍କୁ ଏଭଳି ଅନୁରୋଧ କରିିଛନ୍ତି ରାଜ୍ୟପାଳ ରଘୁବର ଦାସ ।ଲେଙ୍କୁଡିପଡା ଗାଁର ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିବା ସହ ଗାଁର ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ଛୋଟ ପିଲାଙ୍କ ଜନ୍ମଦିନ ଅଙ୍ଗନୱାଡି କେନ୍ଦ୍ରରେ ପାଳନ କରିବାକୁ ମହିଳାମାନଙ୍କୁ ଅନୁରୋଧ କରିଥିଲେ । ଘରେ ଜନ୍ମଦିନରେ କରୁଥିବା ଖର୍ଚ୍ଚ ଅଙ୍ଗନୱାଡିରେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ପିଲାଙ୍କ ମଧ୍ୟରେ ବନ୍ଧୁତା ବଢିବ ଓ ଗାଁ ପିଲାଙ୍କ ବିକାଶ ହେବ ବୋଲି ରାଜ୍ୟପାଳ କହିଛନ୍ତି ।ଲେଙ୍କୁଡିପଡା ପରେ ମାଛିପଡା ସ୍କୁଲ ପରିଦର୍ଶନ କରି ଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ଓଡିଶାରେ ପ୍ରାୟ ୪୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା କହି ଏଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଲାଇବ୍ରେରୀ ବୁଲି ଦେଖିଥିଲେ । ସ୍କୁଲରେ ଦ୍ୱିତୀୟ ଶ୍ରେଣୀର କିଛି ପିଲାଙ୍କୁ ତଳେ ବସାଇ ପାଠ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ବେଞ୍ଚରେ ବସାଇ ପଢାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ନୋତର ପଂଚାୟତର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ । ସେଠାରୁ ଦର୍ପନାରାୟଣପୁର ପହଞ୍ଚି ମେଡିକାଲର ଡାକ୍ତର ଓ ଷ୍ଟାଫଙ୍କ ସହ କଥା ହୋଇ ସମସ୍ୟା ବୁଝଛନ୍ତି । ଅପରାହ୍ନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ସହ ବୈଠକ କରିଥିଲେ ରାଜ୍ୟପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ