Thursday, January 23, 2025
23.4 C
Odisha

    ସରକାରୀ ଅର୍ଥର ପ୍ରଲୋଭନ ଓ ଚାପ ପକାଇ କିଛି ମୁଷ୍ଟିମେୟ ମିଶନଶକ୍ତିର ଅଧିକାରୀ ମା’ମାନଙ୍କୁ ରାଜନୈତିକ କାର୍ଯ୍ୟରେ ଲଗାଉଛନ୍ତି : ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୭/୦୪: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ପକ୍ରିୟା । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ । କିଛି ସରକାରୀ ଅଧିକାରୀମାନେ ଶାସକ ଦଳର ହାତବାରିସ ସାଜି ସାଧାରଣ ନିର୍ବାଚନର ବୈତରଣୀ ପାର କରିବାର ଅପଚେଷ୍ଟା ଚଳାଇଛନ୍ତି । କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାରଙ୍କର ମିଶନ ଶକ୍ତିର ବରିଷ୍ଠ ଦୁଇ ଅଧିକାରୀ ଅମ୍ବିକା ଦାସ ଓ ବିନୋଦ ଜେନା ପ୍ରତ୍ୟକ୍ଷଭାବେ ସରକାରୀ ଅର୍ଥରେ ମିଶନଶକ୍ତିର ସଦସ୍ୟାମାନଙ୍କ ମାଧ୍ୟମରେ ଶାସକ ଦଳର ରାଜନୈତିକ କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ମିଶନ ଶକ୍ତିର ସରକାରୀ ଅଧିକାରୀ ଅମ୍ବିକା ଦାସ ଓ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମିଳିତ ଉଦ୍ୟମରେ ଏକ ହ୍ୱାଟ୍‌ସପ୍ ଗ୍ରୁପ କରାଯାଇଛି । ଯେଉଁଥିରେ ଏମ୍‌ବିକେ, ବ୍ୟାଙ୍କ ମିତ୍ରକୁ ସାମିଲ କରି ସରକାରୀ ଅର୍ଥରେ ପ୍ରଚାର କାର୍ଯ୍ୟରେ ଲଗାଯାଉଛି । ଏସମସ୍ତ କଥାର ମୁଖ୍ୟ ଆଇଏଏସ୍ ଅଫିସର ତଥା ମିଶନଶକ୍ତି ମୁଖ୍ୟ ସୁଜାତା ପାଣ୍ଡିଆନଙ୍କ ନେତୃତ୍ୱରେ କରାଯାଉଛି ।ସେହିପରି ବିଭିନ୍ନ ସମୟରେ ବିଜେଡିର ସମାବେଶରେ ଲୋକ ପଠାଇବା ପାଇଁ ସହଯୋଗ କରୁଛନ୍ତି । ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ସ୍ଥାନରେ ରହି ଶାସକ ଦଳର ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି, ଯାହା ଆଦର୍ଶ ନିର୍ବାଚନ ଆଇନକୁ ଉଲଘଂନ କରୁଛି । ଏହା ଦଣ୍ଡନୀୟ ଅପରାଧ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ପ୍ରସଙ୍ଗରେ ଫେରାଦ ହୋଇଛନ୍ତି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମହିଳାମାନଙ୍କୁ ରାଷ୍ଟ୍ର ନିର୍ମାତା ବୋଲି କହିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ ଏବଂ ଆର୍ôଥକ ସ୍ତରରେ ସ୍ୱାବଲମ୍ବି କରିବା ପାଇଁ ମାନନୀୟ ମୋଦିଜୀ ବଜେଟ୍‌ରେ ବହୁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ମହିଳାମାନେ କିଭଳିଭାବେ ସଶକ୍ତ ହେବେ ସେଥିପାଇଁ ମୋଦିଜୀ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ଶାସକ ଦଳର ସଦସ୍ୟମାନେ ମିଶନଶକ୍ତିର ସଦସ୍ୟାମାନଙ୍କୁ ସଶକ୍ତ କରିବା ପରିବର୍ତେ ନିଜ ଦଳୀୟ ପ୍ରଚାରରେ କର୍ମୀଭଳି କାର୍ଯ୍ୟରେ ଲଗାଉଛନ୍ତି ।
    ସେହିପରି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ଓଏସ୍‌ଆରଟିସି ପକ୍ଷରୁ ଯେଉଁ ବସ୍ ଗଡୁଛି ସେଥିରେ ଯାତାୟତ କରୁଥିବା ସାଧାରଣ ଲୋକ ଯେଉଁ ଟିକେଟ୍ କିଣୁଛନ୍ତି ତାର ପଛପଟେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଫଟୋ ରହିଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି, ଏହାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯାଉ ବୋଲି ବିଜେପି ଦାବି କରିଛି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିଅତି ଗିରି, ପଦ୍ମଜା ଦେବତା, ଚିତ୍ରଲେଖା ମହାନ୍ତି, ସୁବାଶିନି ପୃଷ୍ଟି, ସୁଚରିତା ଜେନାମଣି, ତୃପ୍ତିମୟୀ ମକଦ୍ଦମ, ମନ୍ଦାକିନି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.4 ° C
    23.4 °
    23.4 °
    33 %
    0.1kmh
    50 %
    Thu
    33 °
    Fri
    33 °
    Sat
    33 °
    Sun
    32 °
    Mon
    32 °

    ସମ୍ବନ୍ଧିତ