Wednesday, September 23, 2026
25.3 C
Odisha

    ମୁଖ୍ୟମନ୍ତ୍ରୀଙ୍କ ବହି ପଢା ନିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେନିର୍ବାଚନୀ ଟେନସନରୁ ଓହ୍ଲାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲାକ୍ସ ପାଇଁ ଆଜି ସନ୍ଧ୍ଯା ସାଢେ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚିଥିଲେ ନବୀନ। ଗାଡ଼ିରୁ ଓହ୍ଲାଇ କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରକୁ ଯାଇ ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍ ଶିମିଳିପାଳ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ ଆରିୟନ୍ସ କିଣିଥିଲେ । ସେପଟେ ବୁକ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି ଅଢେଇ ହଜାର ଟଙ୍କାର ପୁସ୍ତକ କିଣିଲେ ମୁଖ୍ଯମନ୍ତ୍ରୀ ନବୀନ, ବିଜୁ ବାବୁ ମଧ୍ଯ ତାଙ୍କ ବହି ଦୋକାନକୁ ଆସୁଥିଲେ। ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ