Sunday, May 10, 2026
32.7 C
Odisha

    ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ବସିବ ରାଜ୍ୟ ବିଜେପି ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟର ସମସ୍ତ ଆସନ ପାଇଁ ଆଲୋଚନା ହେବ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହେଇଛି, ସବୁ ସିଟ୍ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନୀରିକ୍ଷା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏଥିସହିତ ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସବିଶେଷ ରିପୋର୍ଟ କେନ୍ଦ୍ରୀୟ କମିଟି ସଂସଦୀୟ ବୋର୍ଡକୁ ଦିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଜେପି ସଭାପତି ଏକାକି ଲଢିବା ନେଇ ଆଜି ପ୍ରତିକ୍ରିୟା ରଖିବା ପରେ, ଆସନ୍ତାକାଲି ଏହି ବୈଠକ ବସିବାକୁ ଯାଉଛି । ଗୁରୁବାର ରାଜ୍ୟରେ ବିଜେପି ଏକାକି ଲଢିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ । ଯାହା କି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.7 ° C
    32.7 °
    32.7 °
    39 %
    2.7kmh
    24 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ