Saturday, October 10, 2026
24.5 C
Odisha

    ରାହୁଲ ଓ ସୋନିଆଙ୍କ ନିର୍ଦ୍ଦେଶରେ ଦୁର୍ନୀତି: ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ବିଟ୍‌କଏନ୍ ଦୁର୍ନୀତିକୁ ନେଇ ଏନ୍‌ସିପି (ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ଓ କଂଗ୍ରେସ ନେତା ନାନା ପାଟୋଲେଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛି। ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହି ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ଦୁଇ ନେତା ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଟ୍‌କଏନ୍ ଆୟ ବ୍ୟବହାର କରିଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲ ଅଭିଯୋଗ କରିବା ପରେ ବିଜେପି ଏକ ଭଏସ୍ ନୋଟ୍ ଜାରି କରି ସୁଲେ ଓ ପାଟୋଲେଙ୍କ ସମ୍ପୃକ୍ତିର ପର୍ଦାଫାସ କରିଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ  ରାହୁଲ  ଓ ସୋନିଆଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁର୍ନୀତି କରାଯାଇଛି। ସୁଲେ ଓ ପାଟୋଲେଙ୍କୁ ଟାର୍ଗେଟ କରିବାର ଷଡ଼ଯନ୍ତ୍ର ପଛରେ ତାଙ୍କ ଦଳର ହାତ ନାହିଁ। ସେ ଦାବି କରିଛନ୍ତି ଯେ କ୍ରିପ୍ଟୋକରେନ୍ସି ଦୁର୍ନୀତି ଅନେକ ବର୍ଷ ପୂର୍ବେ ହୋଇଥିଲା ଏବଂ ମହାବିକାଶ ଆଘାଡି ମେଣ୍ଟ ପୂର୍ବ ନିର୍ବାଚନରେ ମଧ୍ୟ ଏହି ଅର୍ଥ ବ୍ୟବହାର କରିଥିଲା। ଏହି ଦୁର୍ନୀତିରେ ପ୍ରାୟ ୨୩୫ କୋଟି ଟଙ୍କା ଜଡ଼ିତ ଥିବା   ପାତ୍ର ଦାବି କରିଛନ୍ତି। ପାତ୍ର କହିଛନ୍ତି, ସୁପ୍ରିୟା ସୁଲେଙ୍କ ଏଭଳି ୪ଟି ଅଡିଓ ରହିଛି। ଆଜି ସୁଲେ କହୁଛନ୍ତି ଯେ ଏହା ଏଆଇ ଜେନେରେଟେଡ୍, ଏହା ତାଙ୍କ ସ୍ୱର ନୁହେଁ, ଯେତେବେଳେ କି ତାଙ୍କ ନିଜ ଭାଇ (ଅଜିତ ପାୱାର) କହୁଛନ୍ତି ଯେ ଏହା ତାଙ୍କ ସ୍ୱର। ଚାଟ୍ ବକ୍ସ, ସିଗନାଲ ଆପ୍‌ରେ ହୋଇଥିବା ଚାଟ୍‌ରେ ସୁପ୍ରିୟା ସୁଲେ ଓ ନାନା ପଟୋଲେଙ୍କ ବ୍ୟତୀତ ଆଉ କିଛି ବଡ଼ ଖେଳାଳି ଅଛନ୍ତି। ସେମାନେ ହେଉଛନ୍ତି ସୋନିଆଜୀ ଓ ରାହୁଲଜୀ।   ରାହୁଲଜୀ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରନ୍ତୁ ଏବଂ ତାଙ୍କ ତରଫରୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ପାତ୍ର ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ