Thursday, May 14, 2026
41.1 C
Odisha

    ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ, ଜାତିଗଣନା ପାଇଁ ନିଷ୍ପତ୍ତି ହୋଇନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସୂତ୍ରରୁ ରବିବାର ଏହି ସୂଚନା ଦିଆଯାଇଛି। ନାମ ଗୋପନ ରଖିବା ସର୍ତ୍ତରେ ଏକ ସୂତ୍ରରୁ ପ୍ରକାଶ ଯେ ଖୁବଶୀଘ୍ର ଦେଶରେ ଜନଗଣନା କରାଯିବ। ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି । ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା । ଏହି କ୍ରମରେ ୨୦୨୧ରେ ଜନଗଣନା ହେବା କଥା । କିନ୍ତୁ କରୋନା ମହାମାରୀ ଯୋଗୁଁ ସେବର୍ଷ ଜନଗଣନା ହୋଇପାରିନଥିଲା । ଏବେ ମୋଦୀ ସରକାର ନିଜର ୩ୟ କାର୍ଯ୍ୟକାଳରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଜାତିଗତ ଜନଗଣନା ସଂପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏହି ଜନଗଣନା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।

    ଜନଗଣନା କରିବା ସରକାରଙ୍କ ଏକ ଅତି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । କାରଣ ଏହି ପରସଂଖ୍ୟାନ ଉପରେ ହିଁ ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିବାରୁ ସେହି ପରିସଂଖ୍ୟାନ ଅନୁସାରେ ଏପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଦ୍ଧାରଣ ହେଉଛି ତଥା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି ।

    ଏଥରର ଜନଗଣନା ହେବ ପ୍ରଥମ ଡିଜିଟାଲ ଜନଗଣନା ଯାହା ମାଧ୍ୟମରେ ନାଗରିକମାନେ ନିଜର ଜନଗଣନା କରିବାର ସୁଯୋଗ ପାଇବେ । ଏଥିପାଇଁ ଜନଗଣନା କର୍ତ୍ତୃପକ୍ଷ ଏକ ସ୍ବୟଂ ଗଣନା ପୋର୍ଟାଲ ପ୍ରସ୍ତୁତ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ନିଜେ ନିଜର ଗଣନା ସମୟରେ ବାଧ୍ୟତାମୂଳକ ଭାବେ ଆଧାର କିମ୍ବା ମୋବାଇଲ ନମ୍ବର ସଂଗ୍ରହ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41.1 ° C
    41.1 °
    41.1 °
    17 %
    3.1kmh
    20 %
    Thu
    40 °
    Fri
    44 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ