Friday, September 20, 2024
24.1 C
Odisha

    ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଦହି, ଖରାପ କୋଲେଷ୍ଟ୍ରଲ ହେବ ନିୟନ୍ତ୍ରଣ

    ଆଗକୁ ପଢନ୍ତୁ

    ଆଜିକାଲି ଅଧିକାଂଶ ଲୋକଙ୍କ ଖରାପ କୋଲେଷ୍ଟ୍ରଲ ବଢିବାରେ ଲାଗିଛି । ତେବେ ଖରାପ କୋଲେଷ୍ଟ୍ରଲ ବଢିବାର ସବୁଠାରୁ ବଡ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ଯେତେବେଳେ ଆପଣଙ୍କ ଫ୍ୟାଟ୍‌, ଜଙ୍କ ଏବଂ ତେଲିଆ ଖାଦ୍ୟ ଖାଆନ୍ତି । ସେତେବେଳେ ଖରାପ କୋଲେଷ୍ଟ୍ରଲ ବଢିବାର ସମ୍ଭାବନା ବହୁଗୁଣିତ ହୋଇଯାଏ । ଖରାପ କୋଲେଷ୍ଟ୍ରଲ୍ର ବଢିବା ହେତୁ ବିପି ବଢିବାକୁ ଆରମ୍ଭ କରେ । ଯେଉଁଥିପାଇଁ ହାର୍ଟ ସମ୍ବନ୍ଧୀୟ ଗୁରୁତର ରୋଗ ହେବାର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇପାରେ । ଏପରି ପରିସ୍ଥିତିରେ ହାଇ କୋଲେଷ୍ଟ୍ରଲ କମାଇବା ପାଇଁ, ଆପଣଙ୍କ ଖାଦ୍ୟରେ ଏପରି ଜିନିଷ ଖାଆନ୍ତୁ ଯାହା ଏହାକୁ ନିୟନ୍ତ୍ରଣ କରିବ । ଏଥିପାଇଁ ଆପଣ ନିଜ ଖାଦ୍ୟରେ ଦହି ଅନ୍ତର୍ଭୁକ୍ତ କରିପାରିବେ । ଦହିରେ ଥିବା ପ୍ରୋବାୟୋଟିକ୍ସ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇଥାଏ । ବର୍ତ୍ତମାନ, ଆପଣ ଭାବୁଥିବେ କ୍ଷୀରରୁ ନିର୍ମିତ ଏହି ଜିନିଷ ଏହି ସମସ୍ୟାରେ କିପରି ଲାଭଦାୟକ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ ବିଶେଷ ଭାବେ ଜଣାଇବୁ ।

    ଦହି ହାଇ କୋଲେଷ୍ଟ୍ରଲ କମ୍‌ କରେ :
    ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦହି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ ୪% କମିଯାଏ । ଦହିରେ ପ୍ରୋବାୟୋଟିକ୍ସ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଶରୀରର ଫୁଲାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାର ଅର୍ଥ ହେଉଛି, ଏହାକୁ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇପାରିବ । ଏହା ସହ ହାଇ ବିପି ମଧ୍ୟ କମ୍‌ ହୋଇପାରେ । ଏଭଳି ପରିସ୍ଥିତିରେ ନିୟମିତ ଭାବେ ଦହି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ କମ୍‌ ହେବାରେ ସାହାଯ୍ୟ କରିଥାଏ । ଦହି ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ବ୍ୟତୀତ ଓଜନ କମ୍‌ କରିବାରେ ଦହି ବେଶ୍‌ ଲାଭଦାୟକ ହୋଇଥାଏ । ଏପରି ଭାବେ ପ୍ରତିଦିନ ଦହି ଖାଇବା ଦ୍ୱାରା ଆପଣ ଅନେକ ପ୍ରକାରର ଲାଭ ମଧ୍ୟ ପାଇବେ ।

    ହାଇ କୋଲେଷ୍ଟ୍ରଲରେ ଦହି କିପରି ଖାଇବେ :
    ଖରାପ କୋଲେଷ୍ଟ୍ରଲରେ, କେବଳ ଘରେ ତିଆରି ଦହି ବ୍ୟବହାର କରନ୍ତୁ । ଏଥିପାଇଁ ଦହିରେ କିଛି କଳା ଲୁଣ ମିଶାଇ ମଧ୍ୟାହ୍ନ ଭୋଜନ ପରେ ଖାଆନ୍ତୁ । ପୂରା ଦିନରେ ୧ କପ୍‌ ଦହି ଖାଇବା ଏକ ଭଲ ଉପାୟ ହୋଇଥାଏ । ଏହା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଅନେକ ରୋଗକୁ ହେବାରୁ ରୋକିଥାଏ । ବିଶେଷକରି ଆପଣଙ୍କ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ, ଦହିର ବ୍ୟବହାର ମଧ୍ୟ ମେଟାବୋଲିଜିମ୍ କୁ ଭଲ କରିଥାଏ ଏବଂ ହାଇ କୋଲେଷ୍ଟ୍ରଲ୍ କମ୍‌ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଯେଉଁମାନେ ହାଇ କୋଲେଷ୍ଟ୍ରଲ ସମସ୍ୟା ଯୋଗୁ ଚିନ୍ତାରେ ରହୁଛନ୍ତି, ସେମାନେ ନିଜ ଖାଦ୍ୟରେ ଦହି ସାମିଲ କରିବା ଉଚିତ । ଏପରି କରିବା ଦ୍ୱାରା ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ