Sunday, October 11, 2026
25 C
Odisha

    ପାଇଖାନା ଭିତରେ ଜୀବନ ହାରିଲେ ଚାଷୀ

    ଆଗକୁ ପଢନ୍ତୁ

    କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଖୁରୁସିଆ ଗ୍ରାମର ଜଣେ ଚାଷୀ ଆଜି ତାଙ୍କ ପାଇଖାନା ଭିତରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଚାଷ ପାଇଁ ଆଣିଥିବା ଋଣ ଟଙ୍କା ଶୁଝି ନପାରିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ମୃତ ଚାଷୀ ହେଉଛନ୍ତି ଗାଁର କେଶବ ମଳିକ (୫୫)। ମୃତ କେଶବଙ୍କ ପୁଅ ସତ୍ୟାନନ୍ଦ ମଳିକଙ୍କ କହିବା ଅନୁଯାୟୀ, ତାଙ୍କ ବାପା ଚାଷ ପାଇଁ ଗ୍ରାମାଞ୍ଚଳର ୩ଟି ଘରୋଇ ଅର୍ଥଲଗାଣ ସଂସ୍ଥାରୁ ଋଣ ଆଣିଥିଲେ। ମାତ୍ର ଚଳିତ ବର୍ଷ ଭଲ ଅମଳ ନହେବାରୁ ରୋଜଗାର କମିଲା। ପରିବାର ଚଳାଇବା ଓ ଋଣ ଟଙ୍କା ଶୁଝିବା ନେଇ ବାପା ସବୁବେଳେ ଚିନ୍ତିତ ଥିଲେ। ବିଭିନ୍ନ ସମୟରେ ଅର୍ଥଲଗାଣ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଘରକୁ ଆସି ଋଣ ଟଙ୍କା ମାଗୁଥିଲେ। ଯାହାକୁ ନେଇ ଗତ କିଛି ମାସ ଧରି ସେ ମାନସିକ ଚାପରେ ରହି ଆସୁଥିଲେ। ଆଜି ଅପରାହ୍‌ଣରେ ସେ ପାଇଖାନା ଭିତରେ ଏକ ରଶିରେ ଝୁଲି ପଡ଼ି ଆତ୍ମହତ୍ୟା କରିଥିଲେ। ଖବର ପାଇ କାମାକ୍ଷାନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ସଂପର୍କରେ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ