Friday, October 16, 2026
28.4 C
Odisha

    ନିର୍ବାଚନ ଆସୁଥିବାରୁ ନାଟକ ଆରମ୍ଭ କରିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନୂଆ ନାଟକ ଦେଖିବାକୁ ମିଳୁଛି । ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିବା ପରେ ତାଙ୍କର ଏହି ନାଟକ ଧରାପଡିଥିବା କହିଛନ୍ତି ବିଜେଡି ମହିଳା ଶାଖାର ସଭାପତି ତଥା ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶ୍ରୀମତୀ ଛୁରିଆ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ସହକର୍ମୀମାନେ ସାଧାରଣତଃ ପରସ୍ପରକୁ ସାକ୍ଷାତ କିମ୍ବା ଫୋନ୍ ମାଧ୍ୟମରେ ଅନୁରୋଧ କରନ୍ତି । ହେଲେ ଚାଉଳ ପ୍ରସଙ୍ଗରେ ୧୦ବର୍ଷ ଧରି ନିରବ ଥିବା ଶ୍ରୀ ପ୍ରଧାନ ଏବେ ଯେଭଳି ଭାବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ସହକର୍ମୀ କ୍ୟାବିନେଟ୍‍ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଏବଂ ତାହାକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଣ୍ଟୁଛନ୍ତି ଏହା ତାଙ୍କର ନୂଆ ନାଟକ ଛଡା ଆଉ କିଛି ନୁହେଁ । ତେବେ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ ଶ୍ରୀମତୀ ଛୁରିଆ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରୁ ପ୍ରତିବର୍ଷ ଚାଉଳ ଉଠାଇବାରେ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଯାହାକୁ ନେଇ ପ୍ରତିବର୍ଷ ମୁଖ୍ୟମନ୍ତ୍ରୀଙ୍କ ଠୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟର ସାଂସଦଙ୍କ ପର୍ଯ୍ୟନ୍ତ କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବିତରଣ ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଭେଟି ମଧ୍ୟ ଆଲୋଚନା କରୁଛନ୍ତି। ପ୍ରତିଶ୍ରୁତି ମିଳୁଛି ବଳକା ଚାଉଳ ଉଠିବ ହେଲେ କାର୍ଯ୍ୟ ଯାହାକୁ ତାହା। ଏପରିକି ଉଷୁନା ଚାଉଳ ରାଜ୍ୟରୁ କେନ୍ଦ୍ର କିଣିବା ପ୍ରସଙ୍ଗକୁ ନେଇ ରାଜ୍ୟର ଶାସକ ବିଜୁ ଜନତା ଦଳ ବହୁବାର ଆନ୍ଦୋଳନ ମଧ୍ୟ କରିଆସିଛି। ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ବିଜେଡି ସବୁବେଳେ ସ୍ବର ଉଠାଉଥିବା ବେଳେ କେବେବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ରାଜ୍ୟ ବିଜେପି ମୁହଁ ଖୋଲେନି। ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ରମନ୍ତ୍ରୀ ହଠାତ ଆକ୍ଟିଭମୋଡକୁ ଆସି ନିଜର ସହକର୍ମୀ କ୍ୟାବିନେଟ୍‍ ମନ୍ତ୍ରୀଙ୍କୁ ଚିଠି ଲେଖି ଚାଉଳ ଉଠାଇବା କଥା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ