Tuesday, October 6, 2026
28.6 C
Odisha

    ଧାରଣା ଦେଉଥିବା ଟିଏମସି ନେତାମାନଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଏକ ୧୦ ଜଣିଆ ପ୍ରତିନିଧି ଦଳ ନିର୍ବାଚନ କମିସନ ମୁଖ୍ୟାଳୟ ବାହାରେ ଧାରଣା ରେ ବସିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି। ପୋଲିସ ସାଂସଦମାନଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇ ସେଠାରେ ଉପସ୍ଥିତ ଥିବା ଏକ ବସରେ ରଖିଥିଲା। ଏହି ସମସ୍ତ ସାଂସଦ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ସହ ବୈଠକ କରିବାକୁ ଦାବି କରୁଥିଲେ।

    ସାଂସଦଙ୍କ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି ଦଳର ରାଜ୍ୟସଭା ନେତା ଡେରେକ୍ ଓ’ବ୍ରାଏନ୍ । ବିରୋଧ କରିଥିବା ସାଂସଦମାନଙ୍କ ମଧ୍ୟରେ ଡୋଲା ସେନ୍, ସାଗରିକା ଘୋଷ, ସାକେତ ଗୋଖଲେ ଓ ଶାନ୍ତନୁ ସେନ୍ ସାମିଲ ଥିଲେ। ସମାନ ସୁଯୋଗ ଦାବିରେ ସାଂସଦମାନେ ୨୪ ଘଣ୍ଟିଆ ଧାରଣାରେ ବସିବାକୁ ଘୋଷଣା କରିଛନ୍ତି । ନେତାମାନେ ବାରମ୍ବାର ପୁଲିସର ଅନୁରୋଧକୁ ଗ୍ରହଣ ନ କରିବାରୁ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

    ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିମାନେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କ ଗିରଫଦାରୀର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ରାଜନୈତିକ ବୋଲି ଟିମସି ନେତାମାନେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ