Saturday, May 18, 2024
28.4 C
Odisha

    ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି : ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା ୨୫/୧୨: ବିରୋଧୀଙ୍କୁ ଦମନ କରିବାର ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ଓ ଅଭିଯୋଗ ସଂପର୍କରେ ପଚାରି ବୁଝିବା ପାଇଁ ଆଜି ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର କଟକର ବୁଦ୍ଧେଶ୍ୱରୀ କଲୋନୀକୁ ଯାଉଥିବା ସମୟରେ ଯେଉଁ ଭଳି ଭାବେ ତାଙ୍କ ଗାଡିକୁ ଜୋରଜବରଦସ୍ତ ଅଟକ ରଖାଯାଇ ବିରୋଧ ପ୍ରଦର୍ଶନ କରାଗଲା, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏହି ବିରୋଧ ସଂପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରାୟୋଜିତ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଶାସକ ବିଜେଡି ଅସହିଷ୍ଣୁ ଓ ଭୟଭୀତ ହୋଇ ପଡିଛି । ସେହି କାରଣରୁ ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଶାସକ ବିଜୁ ଜନତା ଦଳ ଏଭଳି ହୀନ କାର୍ଯ୍ୟରୁ ନିବୃତ ରହନ୍ତୁ, ନଚେତ ତାଙ୍କ ଦଳର ନେତା ଓ ମନ୍ତ୍ରୀ ଆଗାମୀ ଦିନରେ ଭୀଷଣ ବିରୋଧର ସମ୍ମୁଖୀନ ହେବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    51 %
    1.2kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ