Thursday, May 7, 2026
31.3 C
Odisha

    ନିର୍ବାଚନ ପ୍ରଚାରରେ ପିଲାଙ୍କ ବ୍ୟବହାରକୁ ECଙ୍କ ନା’

    ଆଗକୁ ପଢନ୍ତୁ

    ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। କିଏ କେମିତି ପ୍ରଚାର କରିବେ ସେଥିପାଇଁ ତାଲିକା ବି ରେଡ୍ଡୀ ହୋଇଗଲାଣି। ତେବେ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କୁ ଏଭଳି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଇସି।

    ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ କୌଣସି ବି କାମରେ ଛୋଟ ପିଲା କିମ୍ବା ନାବାଳିକା ନାବାଳକଙ୍କୁ ବ୍ୟବହାର କରପାରିବେ ନାହିଁ। କେବଳ ସେତିକି ନୁହେଁ ପ୍ରଚାର ବେଳେ ପିଲାଙ୍କୁ ପ୍ରାର୍ଥମାନେ କୋଳରେ ଧରିବେ ନାହିଁ କି ଗାଡିରେ ବସାଇ ରାଲି କରିପାରିବେ ନାହିଁ। ସୋମବାର ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

    ସାଧାରଣ ନିର୍ବାଚନରେ ପ୍ରଚାର ପତ୍ର ବାଣ୍ଟୁଥିବା, ପୋଷ୍ଟର ଲଗାଉଥିବା, ନାରା ଦେଉଥିବା କିମ୍ବା ଦଳୀୟ ପତକା ଧରି ଚାଲୁଥିବା ଛୋଟ ପିଲା କିମ୍ବା ନାବାଳକମାନେ ଯେପରି ଦେଖାଯିବେ ନାହିଁ ସେଥିପାଇଁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ପିଲାଙ୍କ ହାତରେ କୌଣସ ଦଳୀୟ ପତାକା ଦିଆଯିବ ନାହିଁ। ପୋଷ୍ଟର ଲଗାଇବା ତଥା ପାମ୍ପ୍ଲେଟ ବାଣ୍ଟିବା, ନିର୍ବାଚନ ରାଲି, ଗୀତ, କବିତା ପାଠ, ନାରା ଦେଉଥିବା, ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଧରିଥିବା ତଥା ବୈଠକ ଆଦିରେ ପିଲାଙ୍କ ବ୍ୟବହାର ଉପରେ ଇସି ରୋକ ଲଗାଇଛନ୍ତି।

    ନିର୍ବାଚନ ସମ୍ବନ୍ଧୀୟ କାମରେ ପିଲାଙ୍କୁ ସାମିଲ କରାଇବା ଜମାରୁ ବରଦାସ୍ତ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଯଦି କୌଣସି ଦଳ ପିଲାଙ୍କୁ ବ୍ୟବହାର କରୁଥିବା ଧରାପଡେ ତେବେ ତାଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି।

    ଆୟୋଗ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ପିଲାମାନଙ୍କୁ ଜଡିତ କରନ୍ତି, ତେବେ ଶିଶୁ ଶ୍ରମ ସହ ଜଡିତ ସମସ୍ତ କାର୍ଯ୍ୟ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ, ଜଣେ ରାଜନୈତିକ ନେତାଙ୍କ ନିକଟରେ ତାଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ସହ ପିଲାର ଉପସ୍ଥିତିକୁ ଗାଇଡଲାଇନର ଉଲ୍ଲଂଘନ ବୋଲି ଧରାଯିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.3 ° C
    31.3 °
    31.3 °
    33 %
    2.9kmh
    14 %
    Thu
    33 °
    Fri
    39 °
    Sat
    40 °
    Sun
    41 °
    Mon
    39 °

    ସମ୍ବନ୍ଧିତ