Sunday, October 11, 2026
22.1 C
Odisha

    ପ୍ରବଳ ତାତି: ମକ୍କାରେ ୫୭୭ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ, ତାପମାତ୍ରା ୫୦ ଡିଗ୍ରି ଉପରେ

    ଆଗକୁ ପଢନ୍ତୁ

    ମକ୍କା: ଚଳିତ ବର୍ଷ ହଜ୍‌ ଯାତ୍ରା ସମୟରେ ଅସହ୍ୟ ଗରମ ପାଇଁ ୫୭୭ ଜଣ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୬୮ ଜଣ ଭାରତୀୟ ଅଛନ୍ତି। ମକ୍କାର ଗ୍ରାଣ୍ଡ୍‌ ମସଜିଦରେ ଗତ ସୋମବାର ତାପମାତ୍ରା ୫୧.୮ ଡିଗ୍ରି ସେଲସିୟସ ଥିଲା। ତାପମାତ୍ରା ୫୦ ଡିଗ୍ରି ସେଲ୍‌ସିୟସ ଉପରେ ରହୁଥିବାରୁ ଅନେକ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟ ନାଗରିକ ଥିବା ଜଣାପଡ଼ିଛି। ୩୨୩ ଜଣ ଇଜିପ୍ଟ ନାଗରିକଙ୍କର ମୁଖ୍ୟତଃ ଗରମଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ୨ ଜଣ କୂଟନୀତିଜ୍ଞ ସ୍ପଷ୍ଟ କରିଛନ୍ତି। ସେହିପରି ଜୋର୍ଡାନରୁ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ରାଷ୍ଟ୍ରରୁ ମୋଟ୍‌ ୫୭୭ ହଜ୍‌ ଯାତ୍ରୀଙ୍କର ସପ୍ତାହକ ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁସଲମାନଙ୍କ ପାଇଁ ଏକ ବାଧ୍ୟତାମୂଳକ ତୀର୍ଥଯାତ୍ରା ହେଉଛି ହଜ୍‌। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଅନେକ ହଜ୍‌ ଯାତ୍ରୀ ସେମାନଙ୍କ ଧାର୍ମିକ ଯାତ୍ରା ସମୟରେ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେଉଛନ୍ତି। ଏବେ ସା‌ଉଦି କର୍ତ୍ତୃପକ୍ଷ ୨ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରୁଥିବା‌ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
    ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୪୦ ତୀର୍ଥଯାତ୍ରୀ ଏବଂ ମୁଖ୍ୟତଃ ଇଣ୍ଡୋନେସିଆର ନାଗରିକମାନେ ହଜ୍‌ ତୀର୍ଥଯାତ୍ରା ସମୟରେ ଅଂଶୁଘାତରେ ପ୍ରାଣ ହରାଇଥିଲେ। ପ୍ରବଳ ତାତି ପାଇଁ ଅସୁସ୍ଥତା ବଢ଼ୁଥିବାରୁ ସାଉଦି ଅଧିକାରୀମାନେ ଯାତ୍ରା ସମୟରେ ଲୋକଙ୍କୁ ଛତା ବ୍ୟବହାର କରିବାପାଇଁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାପାଇଁ ଅନୁରୋଧ କରିଥ‌ିଲେ। ଏଥିସହ ଟାଣ ଖରାକୁ ନବାହାରିବାପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ହଜ୍‌ ଭଳି ଧାର୍ମିକ କାର୍ଯ୍ୟରେ ଅଧିକାଂଶ ସମୟ ଟାଣ ଖରା ସଂସ୍ପର୍ଶରେ ଆସିବାକୁ ପଡ଼ୁଥିବାରୁ ବିପଦ ବଢ଼ିଯାଇଛି। ଚଳିତ ବର୍ଷ ପ୍ରାୟ ୧.୮ ନିୟୁତ ତୀର୍ଥଯାତ୍ରୀ ହଜ୍‌ ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଏବଂ ୧.୬ ନିୟୁତ ତୀର୍ଥଯାତ୍ରୀ ବିଦେଶରୁ ଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ