Monday, September 14, 2026
23.5 C
Odisha

    କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟ ଜାରି, ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତରିତ

    ଆଗକୁ ପଢନ୍ତୁ

    କଟକ: ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଶନିବାର ଅପରାହ୍‌ଣରେ ନିଆଁ ଲାଗିଛି। ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି।  ଏହି ଅପ୍ରୀତିକର ଘଟଣା ପରେ ରୋଗୀମାନଙ୍କୁ ଯୁଦ୍ଧାକାଳୀନ ପରିସ୍ଥିତିରେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ସୂଚନା ଅନୁସାରେ ପୁରୀଘାଟ ଥାନା ନିକଟ ଘରୋଇ ନର୍ସିଂହୋମରେ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଡାକ୍ତରଖାନାର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ରୋଗୀ, ରୋଗୀ ସଂପର୍କୀୟ, ଡାକ୍ତରଖାନାର କର୍ମଚାରୀ ଡରିଯାଇଥିଲେ। ଅଗ୍ନିକାଣ୍ଡ ଘଟଣା ନେଇ ଦମକଳବାହିନୀଙ୍କୁ ସୂଚନା ଦିଆଯାଇଥିଲା।

    ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛନ୍ତି। ଡାକ୍ତରଖାନାର ତୃତୀୟ ମହଲାରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରାଯାଇଛି। କିଛି ନବଜାତଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଚିକିତ୍ସାଧୀନ ରୋଗୀମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଏହି ଅପ୍ରୀତିକର ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଏହାରି ମଧ୍ୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ରିପୋର୍ଟ ଲେଖାଯିବା ବେଳକୁ କୌଣସି ଜୀବନକୁ କ୍ଷତି ପହଞ୍ଚି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

    ସୂଚନାଯୋଗ୍ୟ, କଟକରେ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍‌ପିଟାଲ ଥିଲେ ମଧ୍ୟ ଏଠାରେ ଚିକିତ୍ସା ନେଇ ଅନେକ ଥର ‌ରୋଗୀ ଓ ସେମାନଙ୍କର ସଂପର୍କୀୟ ଅଭିଯୋଗ କରିଥାନ୍ତି। ରୋଗୀ ସଂପର୍କୀୟ ଏସ୍‌ସିବିରୁ ମୁହଁ ଫେରାଇ ନେଇ ଘରୋଇ ଡାକ୍ତରଖାନାକୁ ଯାଆନ୍ତି। ତେବେ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ଆଥିର୍କ ଭାବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।‌ ସେହିପରି ଘରୋଇ ହସ୍‌ପିଟାଲରେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ହଇରାଣ ହେବାକୁ ପଡ଼ିଥାଏ। କଟକର ‌ଘରୋଇ ଡାକ୍ତରଖାନାରେ ନିଆଁ ଲାଗିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ଅଘଟଣ ଘଟିଛି। ୨୦୨୦ ମସିହା ସେପ୍ଟେମ୍ବର ୨୧ ତାରିଖରେ ମଧ୍ୟ ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗିଥିଲା। ସେହି ସମୟରେ ସତ୍‌ଗୁରୁ ଡାକ୍ତରଖାନାରେ ନିଆଁ ଲାଗିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ