Wednesday, July 29, 2026
24.1 C
Odisha

    ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡ ଖତ ଖାଉଛି

    ଆଗକୁ ପଢନ୍ତୁ

    ଜୟପୁର: ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସହିତ ୟୁନିଫର୍ମ ଓ ଜୋତା ପିଲାଙ୍କୁ ଯୋଗାଇ ଦିଆଯାଉଛି। ତେବେ ୟୁନିଫର୍ମ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡମ୍ଫିୟାର୍ଡରେ ଖତ ଖାଉଛି। ଏପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଦେଖିବାକୁ ମିଳିଛି। ପ୍ରାୟ ୩ ଶହ ଜୋତା ଏବଂ ୟୁନିଫର୍ମ ଡମ୍ପିଂୟାର୍ଡରେ ପଡିଥିବା ଦେଖିବାକୁ ମିଳିଛି । ପ୍ରଥମେ ଜଣେ ଗାଈ ଚରାଳି ଏସବୁ ଦେଖିବା ପରେ ଲୋକଙ୍କୁ ଖବର ଦେଇଥିଲେ। ପୋଷାକରେ ଆମେ। ଗଢିବୁ ନୂଆ ଓଡ଼ିଶା ଲୋଗୋ ଲାଗିଛି। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଜୋତା ଏବଂ ୟୁନିଫର୍ମ ବଣ୍ଟନ ପରିବର୍ତ୍ତେ ଫିଙ୍ଗିବା ପଛର କାରଣ କଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

    ଘଟଣା ପଛରେ କାହାର ହାତ ରହିଛି ସେନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ସମ୍ପୃକ୍ତ ବିଭାଗ ନିକଟରେ କିଛି ଖବର ନାହିଁ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏ ସମ୍ପର୍କରେ ନୀରବତା ଅବଲମ୍ବନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    93 %
    1.4kmh
    91 %
    Wed
    24 °
    Thu
    30 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ