Wednesday, July 29, 2026
24 C
Odisha

    ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡ଼ି ହୋଇଥିଲେ । ତେବେ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି କଠିନ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ମଧ୍ୟ କୁହାଯାଇଛି । ସେହିପରି ବନ୍ୟା ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟପଟେ ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ଜଟିଳ ରହିଛି । ତେଣୁ ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ତେଣୁ କୋଭିଡ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କୋଭିଡ ସତର୍କତା ଦୃଷ୍ଟିରେ ରଖିଛୁ । ରାଜ୍ୟ ସରକାରଙ୍କ ଯାହା ଗାଇଡଲାଇନ ଆସିବ, ତାହାକୁ ଆମେ ପାଳନ କରିବାକୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    96 %
    2.1kmh
    99 %
    Wed
    25 °
    Thu
    30 °
    Fri
    30 °
    Sat
    29 °
    Sun
    31 °

    ସମ୍ବନ୍ଧିତ