Saturday, September 19, 2026
27.5 C
Odisha

    ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଅଙ୍ଗୁର

    ଆଗକୁ ପଢନ୍ତୁ

    ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍‌ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଅଙ୍ଗୁରରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏଥିଯୋଗୁଁ ଶରୀର ବାହ୍ୟ ସଂକ୍ରମଣରୁ କେତେକାଂଶରେ ରକ୍ଷା ପାଇଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ନିକଟରେ ଜଣାପଡ଼ିଛି ଯେ, ଏଥିରେ ଥିବା ଉପକାରୀ ତତ୍ତ୍ୱ କ୍ୟାନ୍‌ସର ଆକ୍ରାନ୍ତ କୋଷ(ସେଲ୍‌)ଗୁଡ଼ିକୁ ବୃଦ୍ଧି କରିବାକୁ ଦେଇ ନ ଥାଏ। ଏଥିରେ ଫାଇବର୍‌ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ୍‌ର ମାତ୍ରାକୁ ସନ୍ତୁଳିତ ରଖେ। ଅଙ୍ଗୁରରେ ଭିଟାମିନ୍‌-କେ, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଥିବାରୁ ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ