Sunday, September 27, 2026
29 C
Odisha

    ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରାଫିକ୍‌ ଜାମ୍‌, ସ୍କୁଲ୍‌ ଛୁଟି,‌ରେଳ ସେବା ବ୍ୟାହତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ହୋଇ ମୁଖ୍ୟ ରାସ୍ତା ତଥା ନିମ୍ନମାନର ଅଞ୍ଚଳରେ ବ୍ୟାପକ ଜଳସ୍ତର ସୃଷ୍ଟି ହୋଇଛି। ସହର ସାରା ଟ୍ରାଫିକ୍ ଜାମ୍‌ ହେବା ସହ ସହରବାସୀଙ୍କ ସାଧାରଣ ଜୀବନକୁ ଏହା ପ୍ରଭାବିତ କରିଛି। ନାଗରିକ ଅଧିକାରୀଙ୍କ ଅନୁଯାୟୀ ସହରରେ ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ଆନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳଜମା ହୋଇଥିବା ରିପୋର୍ଟ ହୋଇଛି। ଲଗାତାର ବର୍ଷା ହେତୁ ଡ୍ରେନଗୁଡ଼ିକ ଭରି ଯାଇଛି। ଯାହା ଫଳରେ ଭାରତର ଆର୍ଥିକ ରାଜଧାନୀର ଅନେକ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ବନ୍ଦ ରହିଛି।ଲୋକମାନେ ଆଣ୍ଠୁଏ ଗଭୀର ଜଳରେ ଚଳପ୍ରଚଳ କରୁଥିବା ବେଳେ କେତେକ ସ୍ଥାନରେ ଯାନବାହାନ ପାଣିରେ ଭ‌ାସୁଥିବାର ଦେଖାଯାଇଥିଲା। ଗତକାଲି ମଧ୍ୟରାତ୍ରିରୁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ଛଅ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

    ପ୍ରବଳ ବର୍ଷା ଯୋଗୁଁ କେତେକ ନିମ୍ନମାନର ଅଞ୍ଚଳରେ ଜଳସ୍ତର ସୃଷ୍ଟି ହୋଇଛି ଏବଂ ସହର ଉପକଣ୍ଠ ରେଳ ସେବା ମଧ୍ୟ ବ୍ୟାହତ ହୋଇଛି ବୋଲି ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କହିଛି।
    ବିଦ୍ୟାଳୟଗୁଡ଼ିକ ବି ବର୍ଷା ହେତୁ ବନ୍ଦ ରହିଛି। ନାଗରିକ ସଂସ୍ଥାର ଅଧୀନରେ ଥିବା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ବିଏମସି ଛୁଟି ଘୋଷଣା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ