Monday, May 18, 2026
33.9 C
Odisha

    ନାମାଙ୍କନପତ୍ର ଦାଖଲ ପରେ ହୋମାମାଳିନୀଙ୍କ ପ୍ରତିଶ୍ରୁତିରେ ଖୁସି ମଥୁରାବାସୀ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛିଦିନ ବ‌ାକିଥିବା ବେଳେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତବର୍ଷ ଅକ୍ଟୋବରରେ ହେମା ମାଳିନୀ ୭୫ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ। ଏଭଳି ପରିସ୍ଥିତିରେ ସେ ଏଥର ଟିକେଟ ପାଇବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା। ଲୋକସଭା ନିର୍ବାଚନ-୨୦୨୪ରେ ବିଜେପି ହେମା ମାଲିନୀଙ୍କୁ ପ୍ରାର୍ଥୀ କରି ସମସ୍ତ କଳନାଜଳ୍ପନାର ଅନ୍ତ କରିଥିଲା। ନିକଟରେ ହେମା ମାଲିନି ନିଜେ ଘୋଷଣା କରିଥିଲେ ଯେ ଯଦି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ କେବଳ ମଥୁରାରୁ ହିଁ ପ୍ରତିଦ୍ୱନ୍ଦ୍ୱିତା କରିବେ।  ନଚେତ୍ ସେ ନିର୍ବାଚନ ଲଢ଼ିବେ ନାହିଁ। ଏହି କାରଣରୁ ବିଜେପି ତାଙ୍କୁ ତୃତୀୟ ଥର ପାଇଁ ପୁଣି ପ୍ରାର୍ଥୀ କରି ନିର୍ବାଚନ ମିଇଦାନକୁ ଓହ୍ଲାଇଛି।ଏହାପୂର୍ବରୁ ସେ ୨୦୧୪ ଏବଂ ୨୦୧୯ରେ ମଥୁରାରେ ଲୋକ ସଭା ନିର୍ବାଚନରେ ଜିତିଥିଲେ।

    ନାମାଙ୍କନପତ୍ର ଦାଖଲ ପୂର୍ବରୁ ହେମାମାଳିନୀ ମଥୁରାର ବିଶ୍ରାମ ଘାଟରେ ପହଞ୍ଚି ଯମୁନାଙ୍କୁ ପୂଜନ କରିଥିଲେ। ନାମାଙ୍କନପତ୍ର ଦାଖଲ ପରେ ହେମାମାଳିନୀ ଯମୁନାନଦୀକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଥୁରାବାସୀଙ୍କ ପାଇଁ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବେ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି। ହେମାମାଳିନୀଙ୍କ ଏହି ପ୍ରତିଶ୍ରୁତିରେ ମଥୁରାବାସୀ ଖୁସି ହୋଇ କହିଛନ୍ତି, ‘ହୋମାମାଳିନୀ କରିଥିବା ପ୍ରତିଶ୍ରୁତି ଯଦି ପୁରା ହୁଏ  ତେବେ ଏହା ମଥୁରାବାସୀଙ୍କର ଏକ ବଡ଼ ଉପଲବ୍ଧି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    35 %
    1.6kmh
    100 %
    Mon
    41 °
    Tue
    44 °
    Wed
    46 °
    Thu
    46 °
    Fri
    44 °

    ସମ୍ବନ୍ଧିତ