Saturday, July 19, 2025
32.4 C
Odisha

ଶପଥ ନେଲେ ହେମନ୍ତ ସୋରେନ । ଚତୁର୍ଥ ଥର ପାଇଁ ହେଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ

ଆଗକୁ ପଢନ୍ତୁ

ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଙ୍ଗ ଧରିଲେ ହେମନ୍ତ ସୋରେନ । ଏଥର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବହୁମତ ହାସଲ କରିଥିଲା । ଏହାପରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ହେମନ୍ତ ସୋରେନ । ଆଜି ବିଧିବଦ୍ଧ ଭାବରେ ତାଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ।ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେର ଶପଥ ନେଇଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ନଭେମ୍ବର ୨୩ ତାରିଖରେ ଆସିଥିଲା । ଇଣ୍ଡିଆ ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୋଟ ୫୬ଟି ଆସନରେ ବିଜୟ ହାସଲ କରି ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲା । ଏହାପରେ ଇଣ୍ଡିଆ ମେଣ୍ଟର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଥିଲା । ଏହାପରେ ଆଜି ସେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

ଶପଥ ଗ୍ରହଣ ସମାରୋହ ମଞ୍ଚରେ ଅନେକ ହେଭିୱେଟ ନେତାଙ୍କୁ ଦେଖିବାକୁ ମିଳିଥିଲା । ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଏହି ଭବ୍ୟ ସମାରୋହରେ ଯୋଗ ଦେଇଥିଲେ । ଏହା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଇଣ୍ଡିଆ ମେଣ୍ଟର ମୋଟ ୧୦ଟି ଦଳ ମିଶି ମୋଟ ୫୬ ଆସନରେ ବିଜୟ ହାସଲ କରିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
32.4 ° C
32.4 °
32.4 °
61 %
1.3kmh
36 %
Sat
32 °
Sun
30 °
Mon
30 °
Tue
33 °
Wed
31 °

ସମ୍ବନ୍ଧିତ