Friday, October 18, 2024
25 C
Odisha

    ହେନେରୀ-ୱିଲିୟମଙ୍କ ଘାତକ ବୋଲିଂ: ୪୬ ରନ୍‌ରେ ଟିମ୍ ଇଣ୍ଡିଆ ଅଲ୍ଆଉଟ୍

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି।
    ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ହିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ଦଳ ଚମତ୍କାର ବୋଲିଂ କରିଥିଲେ। ହେନେରୀ ଏବଂ ୱିଲିୟମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ମୁକ୍ତ ଭାବେ ଖେଳିବାର ସୁଯୋଗ ଦେଇ ନ ଥିଲେ।
    ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଖାତା ନ ଖୋଲି ବିରାଟ କୋହଲି ଆଉଟ୍ ହୋଇଥିଲେ।। ତାଙ୍କୁ ୱିଲିୟମ୍ ଓ’ରକେ ପାଭିଲିୟନ ଫେରାଇ ଦେଇଥିଲେ।

    ସରଫରାଜ ଖାନ୍,କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ ଖାତା ନ‌ ଖୋଲି ପାଭିଲିୟନ ଫେରିଥିଲେ।

    ୬ ଜଣ ବ୍ୟାଟ୍ସମ୍ୟାନ ରନ୍ ସ୍କୋର୍ କରିଥିବାବେଳେ ସେମାନଙ୍ ମଧ୍ୟରୁ କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଥିଲେ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ଗୋଟିଏ ଅଙ୍କରେ ରହି ଯାଇଥିଲେ।

    ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ଅପରାଜିତ ୪ ରନ୍ କରିଥିଲେ।

    ଏହାପୂର୍ବରୁ ୧୯୭୯ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୫ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ସର୍ବନିମ୍ନ ସ୍କୋର ୨୦୨୦ରେ କରିଥିଲା। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୬ ରନ୍‌ ଆଡିଲେଡ୍ ମ୍ୟାଚ୍‌ରେ ଗାଭାସ୍କର-ବର୍ଡର ଟ୍ରଫିରେ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ