Wednesday, February 5, 2025
34.5 C
Odisha

    ଫୁଲକୋବି ଭିତରୁ କିପରି କାଢିବେ ପୋକ, ଜାଣନ୍ତୁ ଏହାର ଉପାୟ

    ଆଗକୁ ପଢନ୍ତୁ

    ପ୍ରାୟତଃ ବହୁତ ଲୋକ ସବୁଜ ପନିପରିବା ଖାଇବାପାଇଁ ବହୁତ ପସନ୍ଦ କରିଥାନ୍ତି । ବତ୍ତମାନ ଚାଲିଛି ଶୀତଋତୁ ଏହି ସମୟରେ ସବୁପ୍ରକାରର ପନିପରିବା ମିଳିଥାଏ । ଏହାସହ ପନିପରିବା ଦର ମଧ୍ୟ ବହୁତ କମ୍‌ ହୋଇଥାଏ । ଯାହାକୁ ଲୋକେମାନେ ବହୁତ ସହଜରେ କିଣି ପାରିବେ । ଏହାସହ ଏହି ସମୟରେ ସବୁ ପ୍ରକାରର ପନିବାରର ଟେଷ୍ଟ ବହୁତ ଭଲ ହୋଇଥାଏ । ଯାହାକୁ ଖାଇବା ପାଇଁ ବହୁତ ମଧ୍ୟ ଭଲ ଲାଗିଥାଏ ।ଏଥିସହ ଏପରି କିଛି ଲୋକେ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବା ପାଇଁ ଆଦୌ ଭଲ ଲାଗେ ନାହିଁ । କାରଣ କଣ ଜାଣଛନ୍ତି କି? କାହିଁକି ନା ପରିବାରୁ ପୋକ ବାହାରିଥାଏ ବୋଲି ଅଧିକାଂଶ ଲୋକେ ଖାଇ ନଥାନ୍ତି । ଖାସ୍‌ କରି ଫୁଲ କୋବି ପତ୍ର ଭିତରେ ପୋକ ଲୁଚିକି ଥାଏ ଯାହାକୁ ଧୋଇଲେ ମଧ୍ୟ ଏତେ ସହଜରେ ବାହାରକୁ ଆସି ନଥାଏ । ଯାହାକୁ ଦେଖିଲେ ମାତ୍ରେ ଖାଇବାକୁ ଇଚ୍ଛା ହୋଇ ନଥାଏ । ଏପରି ସ୍ଥିତତରେ ଆପଣଙ୍କୁ କ’ଣ କରିବା ଉଚିତ୍‌ ତାହା ଜାଣନ୍ତୁ । ଅର୍ଥାତ ଫୁଲକୋବିରୁ କିପରି ପୋକ ବାହାର କରିବେ ତାହା ଜାଣନ୍ତୁ ।

    ସର୍ବପ୍ରଥମେ ଆପଣ ଫୁଲକୋବିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ତାହାପରେ ଗୋଟିଏ ପାତ୍ରରେ ଗରମ ପାଣି କରି ସେଥିରେ ଅଳ୍ପ ହଳଦୀ ମିଶାଇ ସେହି କଟାଯାଇଥିବା ଫୁଲ କୋବିକୁ ପକାନ୍ତୁ । ୧୦-୧୫ ମିନିଟ୍‌ ଭିଜାଇବା ନିହାତି ଆବଶ୍ୟକ । ଏହାପରେ ସଫା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । ଏହା କୋବି ଭିତରେ ଥିବା ପୋକକୁ ମାରିଦିଏ ଏବଂ ଏହା କରିବା ଦ୍ୱାରା ଫୁଲ କୋବି ପତ୍ର ଭିତରେ ପଶି ରହିଥିବା ପୋକ ବହୁତ ସହଜରେ ବାହାରକୁ ବାହାରି ଆସିଥାଏ । ଯାହାକୁ ଲୋକମାନେ ଖାଇଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ହେବନାହିଁ । ଯାହା ନଖାଇବା ଲୋକେ ମଧ୍ୟ ଏହା ଖାଇବାକୁ ବହୁତ ପସନ୍ଦ କରିବେ । ଶେଷରେ କୋବିକୁ ନେଇ ଆପଣଙ୍କ ରୋଷେଇରେ ସାମିଲ କରିପାରିବେ ଏଥିରେ କିଛି ଅସୁବିଧା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ