Monday, May 20, 2024
40.5 C
Odisha

    ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମେଣ୍ଟ ଚର୍ଚ୍ଚାକୁ ନେଇ ଆଲୋଚନା ଚାଲିଥିବା ସୂଚନା

    ଆଗକୁ ପଢନ୍ତୁ

    ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ ବଡ଼ ଖବର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଥିବା ସୂଚନା ମିଳିଛି । ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନରେ ବୈଠକ ହେଉଥିବା କୁହାଯାଉଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ଲାଗି ରହିଥିବା ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି ।ଏପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୌଣସି ମୂହୁର୍ତରେ ଜେପି ନଡ୍ଡା ବୈଠକ କରିପାରନ୍ତି । ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତିି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ସଂଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଛି । ଏହି ବୈଠକରେ ମଧ୍ୟ ରାଜ୍ୟ ନେତୃତ୍ୱ ସାମିଲ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    24 %
    3.4kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    41 °
    Fri
    37 °

    ସମ୍ବନ୍ଧିତ