Thursday, September 24, 2026
24.7 C
Odisha

    କାନ୍ନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି ମାରି ହତ୍ୟା

    ଆଗକୁ ପଢନ୍ତୁ

    ଅଟ୍ଟୋ: ସୋମବାର ଦିନ କାନାଡାର ଦକ୍ଷିଣ ଏଡମନଟନରେ ଗୁଳି ବିନିମୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କାନ୍ନାଡାର ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି। ଏହି ଭାରତୀୟ ମୂଳ ବ୍ୟକ୍ତି ଜଣକ ଏଡମନଟନଭିତ୍ତିକ ଗିଲ୍ ବିଲ୍ଟ ହୋମର ମାଲିକ ବୁଟା ସିଂ ଗିଲ ବୋଲି ଜଣାପଡିଛି।ଏକ ପ୍ରେସ ବିଜ୍ଞପ୍ତିରେ ଏଡମନଟନ ପୁଲିସ କହିଛି ଯେ ଦକ୍ଷିଣ-ପଶ୍ଚିମ ଶାଖା ପାଟ୍ରୋଲିଂ ଅଧିକାରୀମାନେ ଦକ୍ଷିଣ-ପଶ୍ଚିମ କାଭାନାଗ୍ ବଲ୍ଲଭର୍ଡ ଏବଂ ଚେର୍ନିଆକ୍ ୱେ ଅଞ୍ଚଳରେ ଗୁଳି ବିନିମୟ ଘଟିଥିବା ସୂଚନା ଦେଇଛନ୍ତି। ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ଏଡମନଟନରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ପୁଲିସ୍‌ ଏବେ ଅନୁସନ୍ଧାନ କରୁଛି।

    ପୁଲିସ କହିଛନ୍ତି ଯେ ଏପ୍ରିଲ୍‌ ୮ ତାରିଖ (ସୋମବାର) ଦିନ ଏହି ଘଟଣା ସଂପର୍କରେ ସୂଚନା ମିଳିଛି। ଦିନ ପ୍ରାୟ ୧୨ଟା ସମୟରେ ଦକ୍ଷିଣ-ପଶ୍ଚିମ ଶାଖା ପାଟ୍ରୋଲିଂ ଅଧିକାରୀମାନେ କାଭାନାଗ୍ ବୁଲଭାର୍ଡ ଦକ୍ଷିଣ-ପଶ୍ଚିମ ଏବଂ ଚେର୍ନିଆକ୍ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଗୁଳି ବିନିମୟ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

    ଏହି ଗୁଳିକାଣ୍ଡରେ ୪୯ ବର୍ଷୀୟ ଓ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଠିଥିବା ବେଳେ ୫୧ ବର୍ଷୀୟ ବ୍ୟକ୍ତି ଜଣକଙ୍କୁ ଗୁୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ