Saturday, February 14, 2026
27.6 C
Odisha

    ପ୍ରତିରକ୍ଷା ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬ ଲକ୍ଷ ୨୧ ହଜାର ୫୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ରାଶି ମୋଟ ବଜେଟର ପ୍ରାୟ ୧୩ ପ୍ରତିଶତ ଥିବାବେଳେ ୨୦୨୩-୨୪ର ପ୍ରତିରକ୍ଷା ବଜେଟଠାରୁ ପ୍ରାୟ ୪.୭୨ ପ୍ରତିଶତ ଅଧିକ ।ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୭.୬ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ପ୍ରତିରକ୍ଷା ପେନସନ ପାଇଁ ୧ ଲକ୍ଷ ୪୧ ହଜାର କୋଟିର ବ୍ୟୟବରାଦ ରହିଛି । ସୀମାନ୍ତରେ ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ୬୫୦୦ କୋଟି ଟଙ୍କା ବ୍ୟୟ ହେବ । ସେହିପରି କୋଷ୍ଟଗାର୍ଡ ପାଇଁ ୭୬୫୧ କୋଟର ବ୍ୟୟବରାଦ କରାଯାଇଛି । ପ୍ରତିରକ୍ଷା ଗବେଷଣା ପାଇଁ ଡିଆରଡିଓକୁ ୨୩,୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

    ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଓ ନୂଆ ଉଦ୍ଭାବନ ପାଇଁ ୧ ଲକ୍ଷ କୋଟିର କର୍ପସ ପାଣ୍ଠି । ବିଭିନ୍ନ କମ୍ପାନି ଓ ଯୁବ ପ୍ରତିଭାମାନଙ୍କୁ ଋଣ ଏହି ପାଣ୍ଠିରୁ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    24 %
    1.2kmh
    80 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ