Sunday, April 12, 2026
25.3 C
Odisha

    IPL 2026: ଫିଟ୍‌ନେସ୍‌ ପରୀକ୍ଷା ଦେବେ ଧୋନୀ

    ଆଗକୁ ପଢନ୍ତୁ

    ଆଇପିଏଲ୍‌ର ଚଳିତ ଋତୁରେ ସିଏସ୍‌କେର ପରାଜୟ ଧାରା ଲାଗି ରହିଥିବାବେଳେ ପ୍ରଶଂସକମାନେ ଯଥାଶୀଘ୍ର ମହେନ୍ଦ୍ର ସିଂ ଧୋନିଙ୍କୁ ଦଳରେ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ ସିଏସକେ ଧୋନିଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ତାଙ୍କୁ ସାମିଲ କରିବା ପୂର୍ବରୁ ତାଙ୍କର ଫିଟ୍‌ନେସ୍‌କୁ ନେଇ ନିଶ୍ଚିତ ହେବାକୁ ଚାହୁଁଛି । ଏଥିପାଇଁ ଆଗାମୀ ଦୁଇଦିନରେ ଧୋନିଙ୍କ ଫିଟ୍‌ନେସ୍‌ ପରୀକ୍ଷା ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଧୋନିଙ୍କୁ ଆସନ୍ତା ଶନିବାର ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିପାରେ ।ସୂଚନା ଅନୁସାରେ ଗୋଡ଼ ମାସଂପେଶୀ ଯନ୍ତ୍ରଣାରୁ ଆରୋଗ୍ୟ ହାସଲ କରିବାପରେ ଧୋନି ଏବେ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ଓ ସେ କୌଣସି ଶାରିରୀକ ସମସ୍ୟା ଅନୁଭବ କରୁନାହାନ୍ତି । ତେବେ ତାଙ୍କୁ ନେଇ କୌଣସି ବିପଦ ବରଣ କରିବାକୁ ଚାହୁଁନାହିଁ ସିଏସକେ । ପରୀକ୍ଷା ପରେ ତାଙ୍କ ଫିଟ୍‌ନେସ୍‌କୁ ନେଇ ସୁନିଶ୍ଚିତ ହେବା ପରେ ହିଁ ଧୋନିଙ୍କୁ ଖେଳିବାକୁ ଅନୁମତି ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ