Monday, May 25, 2026
26.8 C
Odisha

    IPS ଭଳି OAS ସ୍ତରରେ ୨୨ ଅଧିକାରୀଙ୍କୁ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର।
    ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।ତାଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ ଆୟୋଗର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ଵେତ କୁମାର ଦାସଙ୍କୁ ସିଡିଏ ସଚିବ ଭାବରେ ଅବସ୍ଥାପିତ କରାଯାଇଛି।ସେହିପରି ଓଏଏସ୍ ପ୍ରବୀର କୁମାର ନାୟକ ଗଜପତି ଏଡିଏମ୍ ଭାବେ ନିଯୁକ୍ତି ପାଇଛନ୍ତି। ରାଜସ୍ଵ ପରିଷଦର ଅତିରିକ୍ତ ସଚିବ ସରୋଜ କୁମାର ସାହୁଙ୍କୁ ଅତିରିକ୍ତ ଏସଆରସି ଭାବେ ଦାୟିତ୍ଵ ମିଳିଛି।

    ସୂଚାରୁ କୁମାର ବଳ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ , ବିଶ୍ଵରଞ୍ଜନ ନାୟକ ଝାରସୁଗୁଡା ଜିଲ୍ଲା ପରିଷଦ ସିଡିଓ-କମ୍-ଇଓ , ନିଲୁ ମହାପାତ୍ର ପୁରୀ ଏଡିଏମ୍ ଭାବେ ନିଯୁକ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    85 %
    2kmh
    66 %
    Mon
    43 °
    Tue
    45 °
    Wed
    46 °
    Thu
    46 °
    Fri
    43 °

    ସମ୍ବନ୍ଧିତ