Monday, May 20, 2024
40.5 C
Odisha

    ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ

    ଆଗକୁ ପଢନ୍ତୁ

    ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଂଚଳ ଥିବା ଶ୍ରୀକ୍ଷେତ୍ରର ଦୂର ହେବ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ ।
    ପୁରୀର ବହୁପ୍ରତୀକ୍ଷିତ ଶ୍ରୀ ସେତୁ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ କ୍ଷେତ୍ର ଚଳଚଂଚଳ ହୋଇଥିବାବେଳେ ଚର୍ଚ୍ଚାରେ ରହିଛି ‘ଟ୍ରମ୍ପେଟ ବ୍ରିଜ’ ବା ‘ଶ୍ରୀ ସେତୁ’ । କୁହାଯାଉଛି ପୁରୁଷୋତମ କ୍ଷେତ୍ରର ପ୍ରବେଶ ପଥରେ ଉପୁଜୁଥିବା ଜଟିଳ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଯାଉଛି ତୂରୀ ଆକୃତିର ଏହି ଶ୍ରୀ ସେତୁ । ଏଣିକି ଗାଡିରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ଯିବାକୁ ପଡିବନି । ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥପ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ଉପରେ ତୂରୀ ଆକୃତିର ଓଭରବ୍ରିଜ ତିଆରି ହୋଇଛି । ଏହି ବ୍ରିଜ ଦେଇ ଭକ୍ତମାନେ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଅନ୍ୟ ସ୍ଥାନରେ ପଂହଚିପାରିବେ । ଏଥିିପାଇଁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କାମ ଆଗେଇଚାଲିଛି ।
    କୁହାଯାଉଛି, ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଅପେକ୍ଷାର ତିକ୍ତ ଅନୁଭୂତିକୁ ବଦଳାଇଦେବ ‘ଶ୍ରୀ ସେତୁ’ । ଏହି ସେତୁରେ ଛିଡା ହେଲେ ପୁରା ଶ୍ରୀକ୍ଷେତ୍ରକୁ ଦେଖିବାର ସୁଯୋଗ ମିଳିବ । ଭିଡ ଯୋଗୁଁ ଭକ୍ତ ଯେଉଁ ଟ୍ରାଫିକ ସମସ୍ୟା ଭୋଗୁଥିଲେ ତାହା ଆଉ ରହିବ ନାହିଁ ।

    ୧୭ ତାରିଖରେ ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ବ୍ୟାକୁଳତା ବଢୁଛି । ଏହି ସେତୁରେ ଭକ୍ତ ଓ ପର୍ଯ୍ୟଟକ ଆସି ସିଧାସଳଖ ବଡଦାଣ୍ଡ ସଂଲଗ୍ନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଂଚିବେ ଓ ସୁବିଧାରେ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    24 %
    3.4kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    41 °
    Fri
    37 °

    ସମ୍ବନ୍ଧିତ