Thursday, September 10, 2026
24 C
Odisha

    ବିଜେପିରେ ଯୋଗ ଦେଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ। ଉଭୟେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏଣେ ନୂଆପଡ଼ାରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଡ଼ୁମେରପାଣି ସରପଞ୍ଚ ଟିକେରାମ ସାହୁ। ଏମାନଙ୍କ ସହ ଅନେକ ବିଜେଡି କର୍ମୀ ବି ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ବସନ୍ତ ପଣ୍ଡାଙ୍କ ସହ  ବିଜେପି ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

    ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ । ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା’ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ବିବାଦ ମଧ୍ୟ ହୋଇଥିଲା । ଏହି ଦୁଇ ଯା’ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ