Sunday, September 20, 2026
28.5 C
Odisha

    ଅର୍ଚ୍ଚନାଙ୍କୁ ଚିଡ଼ାଇବାକୁ କହୁଥିବା କପିଲଙ୍କ କଥା ସତ ବାହାରିଲା; ରାଜ୍‌ ଖୋଲିଲେ ଜିନତ ଅମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ସୋ’ରେ ଆମେ ଅନେକ ଥର ଅର୍ଚ୍ଚନା ପୁରନ ସିଂହଙ୍କ ସଂପର୍କରେ ମଜା ମଜା କଥା ସବୁ ଶୁଣିଲେ। ଅନେକ ଥର କପିଲ ତାଙ୍କ ବିରୋଧରେ ସେଟ୍‌ର ସବୁ ଖାଦ୍ୟ ଖାଇ ଯାଉଥିବା ଓ ବଳକା ଖାଦ୍ୟ ନେଇ ଘରକୁ ପଳାଉଥିବା ପରି ଅଭିଯୋଗ ବି ଆଣିଛନ୍ତି। ଆବଶ୍ୟ ସେ ସବୁ କପିଲ୍‌ ମଜାକିଆ ଅନ୍ଦାଜରେ କୁହନ୍ତି, ହେଲେ ଏହି ସବୁ ଥଟାମଜା ଭିତରେ ଲୋକଙ୍କ ସମ୍ମୁଖରେ ଅର୍ଚ୍ଚନାଙ୍କର ଏକ ବଡ଼ ଖିଆ ପ୍ରତିଛବି ତିଆରି ହୋଇଯାଇଛି। ହେଲେ ଏବେ ତାହା ପ୍ରମାଣିତ ହୋଇଯାଇଛି ଯେ ଯେଉଁ କଥା କପିଲ ମଜାରେ ମଜାରେ କହନ୍ତି, ତାହା ଏକଦମ ସତ। ନିକଟରେ କପିଲ୍‌ଙ୍କ ସୋ’ରେ ନଜର ଆସିଥିଲେ ସତୁରୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜିନତ ଅମାନ। ସେ ଅର୍ଚ୍ଚନାଙ୍କ ସଂପର୍କରେ ଏକ କଥା କହିବା ପରେ ଏହା ସ୍ପଷ୍ଟ ହୋଇଛି।

    କପିଲ୍‌ ମଜରେ ଜିନତଙ୍କୁ ପଚାରିଥିଲେ କି ‘‘ଚର୍ଚ୍ଚା ଉଠିଛି ଯେ ଅର୍ଚ୍ଚନାଜୀ ସୁଟିଂ ସେଟ୍‌ରେ ଆପଣଙ୍କ ଡବାକୁ କାଜୁ ଖାଇ ଯାଉଥି‌ଲେ?’’ ଯାହାର ଉତ୍ତରରେ ଜିନତ କହିଥିଲେ, ‘‘ସୁଟିଂରେ ନୁହେଁ ତାହା ଆମ ଘରେ ହୋଇଥିଲା। ମୋ ପୁଅ ଜନ୍ମ ହେବା ପରେ ଅର୍ଚ୍ଚନା ଆମ ଘରକୁ ଯାଇଥିଲେ। ଏହି କଥା ସେ ସମୟର।’’ ତା’ପରେ ଅର୍ଚ୍ଚନା ବି ନିଜେ ସେ କଥାରେ ସଂପୃକ୍ତ ହୋଇ ହସି ହସି କହୁଛନ୍ତି, ‘‘ମୁଁ ସେତେବେଳେ ତାଙ୍କ ଘରେ ୩-୪ ଦିନ ପର୍ଯ୍ୟନ୍ତ ରହିଥିଲା। ଜିନତଜୀଙ୍କ ଘ‌ରେ ଜଳଖିଆ ଟିବେ ବିଳମ୍ବରରେ ଖାଆନ୍ତି। ସେଥିପାଇଁ ମୁଁ ତାଙ୍କ ସହ ସକାଳୁ କଥା ହୋଇ ହୋଇ କାଜୁ, କିସ୍‌ମିସ୍‌ ଡବାରୁ ଖାଇଚାଲେ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ