Saturday, October 3, 2026
23.6 C
Odisha

    ମୁଁ କ’ଣ ଭିଆଇପି? ତୈମୁରଙ୍କ ପ୍ରଶ୍ନ ଶୁଣି କରୀନା ଦେଇଥିଲେ ଏଭଳି ଜବାବ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲି ଖାନ ଏବଂ କରୀନା କପୁର ଖାନଙ୍କ ପୁଅ ତୈମୁର ଅଲି ଖାନ ଦେଶର ଲୋକପ୍ରିୟ ଷ୍ଟାର କିଡମାନଙ୍କ ମଧ୍ୟରୁ ଅନ୍ୟତମ। ଆଜି ପର୍ଯ୍ୟନ୍ତ ବଲିଉଡର କୌଣସି ସେଲିବ୍ରିଟିଙ୍କ ପିଲାମାନଙ୍କୁ ତୈମୁରଙ୍କ ଭଳି ଲୋକପ୍ରିୟତା ମିଳିନଥିଲା। ତୈମୁରଙ୍କ ଜନ୍ମ ହେବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଥିଲା। କୌଣସି କଳାକାର ଯେତିକି ଚର୍ଚ୍ଚାରେ ରହୁନଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତୈମୁର। ଏମିତି କି ବଜାରକୁ ତୈମୁର କଣ୍ଢେଇ ମଧ୍ୟ ଆସିଥିଲା।ଏବେ ତୈମୁର ବଡ଼ ହୋଇ ସାରିଥିବା ବେଳେ କ୍ୟାମେରା ଦେଖି ସେ କେଉଁ ପ୍ରଶ୍ନ ପଚାରୁଥିଲେ ତାହା ଜଣାଇଛନ୍ତି କରୀନା। ଏକ ସାକ୍ଷାତକାରରେ କରୀନା କହିଛନ୍ତି ଯେ, ଛୋଟ ବେ‌ଳେ ତୈମୁର ଜାଣିପାରୁନଥିଲେ। ଟିକିଏ ବଡ଼ ହେବା ପରେ ‌ସେ ମୋର ଫଟୋ କାହିଁକି ଉଠାଯାଉଛି ବୋଲି ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ମୁଁ ତାଙ୍କୁ ବୁଝାଇଥିଲି ଯେ, ତୁମର ମାତାପିତା ସେଲିବ୍ରିଟି ବୋଲି ତୁମର ଫଟୋ ଉଠାଯାଉଛି। ତୁମେ ସେଲିବ୍ରିଟି ନୁହଁ। ଏହା ଶୁଣି ସେ କହିଥିଲେ, ମୁଁ କ’ଣ ଭିଆଇପି? ଉତ୍ତରରେ ମୁଁ କହିଥିଲି, ନାଁ ତୁମେ ନୁହଁ। ତୁମ ମାତାପିତା ହୋଇପାରନ୍ତି, ହେଲେ ତୁମେ ଏଯାଏ ସେଭଳି କିଛି କରିନାହଁ।

    କରୀନା କପୁର ଖାନଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଶେଷ ଥର ପାଇଁ ସୁଜୟ ଘୋଷଙ୍କ ‘ଜାନେ ଜାନ’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ସହିତ ଅଭିନେତ୍ରୀ ଓଟିଟିରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କରୀନା ଆଗକୁ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନଙ୍କ ସହ ‘କ୍ରୁ’ରେ ନଜର ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ